ଭୁବନେଶ୍ବର : କାଳବୈଶାଖୀ ବର୍ଷା ରାଜଧାନୀକୁ ଭିଜେଇଛି। ଦିନରେ ଗରମ ଦେହକୁ ଜଳେଇଥିବା ବେଳେ ରାତିରେ ବର୍ଷା ଶୀତଳତା ଆଣିଦେଇଛି। ପ୍ରବଳ ଗରୁମରୁ ଆଶ୍ବସ୍ତ ହୋଇଛନ୍ତି ରାଜଧାନୀବାସୀ। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ରହିବା ସହ ପ୍ରବଳ ଗୁଳଗୁଳି ଅନୁଭୂତ ହୋଇଥିଲା। ମାତ୍ର ହଠାତ୍ ମାଡ଼ି ଆସିଥିଲା କାଳବୈଶାଖୀ। ରାତି ପ୍ରାୟ ୮ଟା ବେଳେ ଆରମ୍ଭ ହୋଇଯାଇଥିଲା ପବନ। ଏହାପରେ ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା। ଦୀର୍ଘ ଦେଢ଼ଘଣ୍ଟା ଧରି ଲାଗି ରହିଥିଲା କାଳବୈଶାଖୀ। ସମ୍ପୂର୍ଣ୍ଣ ରାଜଧାନୀରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଥିଲା। ଯିଏ ଯେଉଁଠି ଅଟକି ରହିଥିଲେ। ପ୍ରବଳ ବର୍ଷା ଓ ପବନ ଯୋଗୁ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ହୋଇଯାଇଥିଲା। ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତା ଜଳମଗ୍ନ ହୋଇଥିଲା। ବିଶେଷକରି କଟକ ରୋଡ, ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ କିଛି ସମୟ ପାଇଁ ବର୍ଷାଜଳ ଜମି ରହିଥିଲା।
ଭିଜେଇଲା କାଳବୈଶାଖୀ
/sambad/media/post_attachments/wp-content/uploads/2019/06/rain-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)