ପୁରୁଣା ଭୁବନେଶ୍ୱର : ଚଳିତ ବର୍ଷ ରାମକୃଷ୍ଣ ମିସନ ପକ୍ଷରୁ ୧୦୧ ତମ କାଳୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ବିବେକାନନ୍ଦ ମାର୍ଗସ୍ଥିତ ରାମକୃଷ୍ଣ ମଠ ପରିସରରେ ପ୍ରସ୍ତୁତି ଜୋର୍ଦାର ଚାଲିଛି। ମା’ଙ୍କ ଏକ ସାଢ଼େ ୩ ଫୁଟ୍ର ମୂର୍ତ୍ତି ତିଆରି ସରିଛି ଓ ପୂଜା ମଣ୍ଢପରେ ସାଜସଜ୍ଜା ଚାଲିଛି। ସୂଚନାଯୋଗ୍ୟ, ରାମକୃଷ୍ଣ ମଠ ୧୯୧୯ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହି ପୂଜା ଚାଲିଆସିଛି ଓ ଏହା ରାଜଧାନୀର ପ୍ରଥମ କାଳୀ ପୂଜା ବୋଲି ମିସନ ପକ୍ଷରୁ କୁହାଯାଇଛି। ଅମାବାସ୍ୟା ତିଥି ପୂର୍ବରୁ ମଠ ପରିସରରେ ଥିବା ପୁରୁଣା କୂଅରୁ ପବିତ୍ର ଜଳ ଆସି ଅଙ୍କୁର ରୋପଣ କରାଯିବ। ଚାରି ପ୍ରହର ପୂଜା କରାଯିବ। ଆସନ୍ତା ୧୪ ତାରିଖ ରାତି ୮ଟାରୁ ଭୋର୍ ସାଢ଼େ ୪ଟା ପର୍ଯ୍ୟନ୍ତ ମା’ଙ୍କ ବିଶେଷ ପୂଜା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ମଠକୁ ଆଲୋକମାଳା ଓ ଦୀପ ଜାଳି ଆଲୋକିତ କରାଯିବ। ରାତି ୮ଟାରେ ଭଜନ ପରିବେଷଣ କରାଯିବ। ୧୫ ତାରିଖ ଅପରାହ୍ନ ୪ଟାରେ ବିସର୍ଜନ କରାଯିବ ବୋଲି ମିସନ ପକ୍ଷରୁ ସୂଚନା ମିଳିଛି।
ରାମକୃଷ୍ଣ ମିସନରେ ୧୦୧ତମ କାଳୀ ପୂଜା
/sambad/media/post_attachments/wp-content/uploads/2017/10/kali-puja-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)