ଭୁବନେଶ୍ୱର : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅବସରରେ ରେଡିଓ ଚକ୍ଲେଟ୍ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କାଳିଆର ନାଗାର୍ଜୁନ ବେଶ’। କଳ୍ପନା ଛକସ୍ଥିତ ‘ଉତ୍କଳ ଗ୍ୟାଲେରିଆ’ ମଲ୍ରେ ଏହି ଦିବ୍ୟ ଦୁର୍ଲଭ ବେଶର ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା। ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଉତ୍କଳ ବିଲ୍ଡର୍ସର ଏମ୍ଡି ସୁଭାଷ ଭୁରା, ଶରଦ ବୈଦ, ଉତ୍କଳ ଗ୍ୟାଲେରିଆ ମଲ୍ର ନିର୍ଦେଶିକା ପୂର୍ଣ୍ଣିମା ବୈଦ, ମଲ୍ର ପରିଚାଳନା ସଦସ୍ୟ, ରେଡିଓ ଚକ୍ଲେଟ୍ର ପ୍ରୋଗ୍ରାମିଂ ମୁଖ୍ୟ ଆର୍.ଜେ ସଂଗ୍ରାମ, ସେଲ୍ସ ମୁଖ୍ୟ ଲିଙ୍ଗରାଜ ଲେଙ୍କା ଶ୍ରୀଜିଉଙ୍କୁ ପୁଷ୍ପ ପ୍ରଦାନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରେଡିଓ ଚକ୍ଲେଟ୍ ଭେଟି ଦେଇଥିଲା ଭକ୍ତି ସଂଗୀତ‘ମୋ କାଳିଆର ନାଗାର୍ଜୁନ ବେଶ..। ଗୁରୁ ଶତପଥୀ ଏହାର ରଚନା କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ବୁଲୁ ମିଶ୍ର। କଣ୍ଠଦାନ କରିଥିଲେ ରବୀନ୍ଦ୍ର ମହାପାତ୍ର। ଏହି ଗୀତଟି ରେଡିଓ ଚକ୍ଲେଟ୍ ଭକ୍ତି ୟୁ-ଟ୍ୟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରି ଜଗନ୍ନାଥପ୍ରେମୀଙ୍କ ମନ ଜିଣିପାରିଛି।
‘କାଳିଆର ନାଗାର୍ଜୁନ ବେଶ’ କାର୍ଯ୍ୟକ୍ରମ ସବିଶେଷ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ପାଇଁ ରେଡିଓ ଚକ୍ଲେଟ୍ ଟିମ୍ ପୁରୀକୁ ଯାଇ ପଣ୍ଡିତ ଚାରଣ ରାମଦାସ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସିଦ୍ଧେଶ୍ୱର ମହାପାତ୍ର, ନେବଳ ଦାସ ମଠ ମହନ୍ତ ଡ. ରାମ ଚରଣ ଦାସ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ସେବାୟତ ବିନାୟକ ଦାସ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ର, ଚୁନୁରା ସେବକ ଡ. ଶରତ ମହାନ୍ତି, ନାଗାର୍ଜୁନ ବେଶର ଦାତା ଚକ୍ରକୋଟ ବଳରାମ ଖୁଣ୍ଟିଆ, ନାଗାର୍ଜୁନ ବେଶର ମୁଖ୍ୟ କାରିଗର ବସନ୍ତ କୁମାର ରଣା ଓ ଜିତେନ୍ଦ୍ର କୁମାର ସାହୁ, ଶୀମନ୍ଦିର ନୀତି ପ୍ରଶାସକଙ୍କୁ ଭେଟି ମତ ସଂଗ୍ରହ କରିଥିଲେ।
ଏହି ଅବସରରେ ଚକ୍ଲେଟ୍ ଷ୍ଟୁଡିଓରେ ଭକ୍ତିଭରା ସଂଗୀତ ଓ ହୃଦୟର ଭାଷାକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲେ କଣ୍ଠଶିଳ୍ପୀ ଗୀତା ଦାସ, ଶୈଳଭାମା ମହାପାତ୍ର, ନାଜିଆ ଆଲମ, ସୌରଭ ନାୟକ, ଜଗବନ୍ଧୁ ମୁଦୁଲି, ପଙ୍କଜ ଜାଲ, କାର୍ତ୍ତିକ କୁମାର ଓ ପ୍ରଶାନ୍ତ ପାଢ଼ୀ। ରେଡିଓ ଚକ୍ଲେଟ୍ର ଆର୍.ଜେ ଅନିଲ, ଆର୍.ଜେ କୋମଲ, ଆର୍.ଜେ ନିଭି, ଆର୍.ଜେ ଅଭି, ଆର୍.ଜେ ପୂଜାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଆର.ଜେ ଆର୍ଯ୍ୟ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ସଂପର୍କିତ ଅନେକ ତଥ୍ୟ ଭାବଗର୍ଭକ ଢଙ୍ଗରେ ଉପସ୍ଥାପନ କରିଥିଲେ। ଆର୍. ନିଲ୍ ଓ କଣ୍ଟେଟ୍ ବିଭାଗର ଗୁରୁ ଶତପଥୀ ଏହାକୁ ପରିଚାଳନା କରିଥିଲେ। ଜିଓଫାଇ ପ୍ଲାଏ ଆଣ୍ଡ ଲାମିନେଟସ୍, ଶ୍ରୀଜଗନ୍ନାଥ ଉଦ୍ୟୋଗ, ରମା ଜୁଏଲାର୍ସ, ଶ୍ରୀଉତ୍କଳ ଯାଦୁମଲମ, ଇଣ୍ଡିଆନ୍ ବ୍ୟାଙ୍କ ଓ କେଶବ ଜୁଏଲାର୍ସ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ।