ଅଭିନେତ୍ରୀ ଭୂମିକା ଓ ସାଇନିଙ୍କୁ ‘କଳିଙ୍ଗ କନ୍ୟାରତ୍ନ ସମ୍ମାନ’

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ସ୍ୱାଗତିକା’ ପକ୍ଷରୁ ୩୯ତମ ଜାତୀୟସ୍ତରୀୟ ‘କଳିଙ୍ଗ କନ୍ୟା ମହୋତ୍ସବ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫ଶହରୁ ଊର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହୋତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ ଓ ସାଇନି ମହାନ୍ତିଙ୍କୁ ‘କଳିଙ୍ଗ କନ୍ୟାରତ୍ନ-୨୦୧୯’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ମହୋତ୍ସବର ୩ ଶହ କନ୍ୟା କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୁମ୍ବାଇ ଓଡ଼ିଆ ସଭାପତି ବିପିନ ବିହାରୀ ମିଶ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ ଓ ସାଇନି ମହାନ୍ତି, ଲାୟନ ବିପିନ ବିହାରୀ ନାୟକ ଓ ପ୍ରଯୋଜକ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସିତ୍ କୁମାର ମହାନ୍ତି, ଉପସଭାପତି ମାନସ କାନୁନ୍‌ଗୋ, ସାଂସ୍କୃତିକ ସମ୍ପାଦକ ରାମଚନ୍ଦ୍ର ମହାନ୍ତି, ସଂଗଠକ ଲିଙ୍ଗରାଜ ମହାନ୍ତି, ମୋତିଆଲୁ ଦଳାଇ, ଗୋପାଳ ଦଳାଇ ଓ ଲେଖା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କମଳ କିରଣ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର