ଶେଷ ହେଲା କଳିଙ୍ଗ ପୁସ୍ତକ ମେଳା

ଭୁବନେଶ୍ବର: ୨୧ ତମ କଳିଙ୍ଗ ପୁସ୍ତକ ମେଳା ଆଜି ତା’ର ୧୦ ଦିନର ଯାତ୍ରା ସାରି ଉଦ୍‌ଯାପିତ ହୋଇଛି। ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ଶେଷ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ସାହିତ୍ୟିକା ଜ୍ୟୋତିର୍ମୟୀ ଦାସ, ଶିକ୍ଷାବିତ୍‌ ପ୍ରମୋଦିନୀ ହୋତା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ଯୁବ କବି ପ୍ରତୀକ ମିଶ୍ରଙ୍କ ଆଧୁନିକ କବିତା ସଂକଳନ ‘ସମର୍ପଣ’ ଲୋକାର୍ପିତ ହୋଇଛି। ଏଥିସହ ପୂଜା ଦାଶଙ୍କୁ ‘ଯୁବ ସାମ୍ବାଦିକତା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁସ୍ତକ ମେଳା କମିଟିର ସଂପାଦିକା ରେଣୁକା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚମକଚାନ୍ଦିନୀ ଦାସ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର