ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ‘କଳିଙ୍ଗ ଗୌରବ’ ପକ୍ଷରୁ ଦ୍ୱିତୀୟ ‘କଳିଙ୍ଗ ଗୌରବ ସମ୍ମାନ’ ସମାରୋହ ଆସନ୍ତା ଜୁନ୍‌ ୨୪ରୁ ୨୫ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହେବ। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଡିସନ୍‌ କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହାପରେ ଆୟୋଜିତ ସେମିଫାଇନାଲ୍‌ ଓ ଫାଇନାଲ୍‌ରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ‘କଳିଙ୍ଗ ଗୌରବ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯିବ। ଏଥିରେ ନୃତ୍ୟ, ବିତର୍କ, ସଂଗୀତ, ଦଳଗତ ନୃତ୍ୟ, ଏକକ ଅଭିନୟ, ଯୁଗଳବନ୍ଦୀ, ବାଦ୍ୟଯନ୍ତ୍ର ଓ ଜଣା ଅଜଣା ପ୍ରତିଯୋଗିତା ଆଦି ଆୟୋଜିତ ହେବ। ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କନିଷ୍ଠ ବର୍ଗ ଓ +୨ରୁ ସ୍ନାତକୋତ୍ତର ଛାତ୍ରଛାତ୍ରୀ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିବେ। ‘କଳିଙ୍ଗ ଗୌରବ ସମ୍ମାନ’ ଏକ ଅନନ୍ୟ ପ୍ରତିଭା ଅନେ୍ଵଷଣ ପ୍ରତିଯୋଗିତା ହୋଇଥିବାରୁ ଏହି ସମ୍ମାନ ପାଇବା ପାଇଁ ଜଣକୁ ୩ଟି ବିଷୟରେ ଶ୍ରେଷ୍ଠ ହେବାକୁ ପଡ଼ିବ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ଭାଗବତ ତ୍ରିପାଠୀ। ଆଜି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଏନେଇ ସୂଚନା ଦେବା ସହ ଆସନ୍ତା ୧୫ରେ ପୁରୀ, ୧୮ରେ ବାଲେଶ୍ୱର ଓ ରାଉଲକେଲା ଏବଂ ୧୩ରେ ଭୁବନେଶ୍ୱରରେ ଅଡିସନ ହେବ। ଆଗ୍ରହୀ ପ୍ରତିଯୋଗୀମାନେ କଳିଙ୍ଗ ଗୌରବ େଓ୍ଵବ୍‌ସାଇଟ୍‌ www.kalingagourav.comରୁ ଫର୍ମ ଡାଉନଲୋଡ୍‌ କରିପାରିବେ କିମ୍ବା ଆଚାର୍ଯ୍ୟ ବିହାରସ୍ଥିତ ଏହାର ଅଫିସରୁ ସଂଗ୍ରହ କରିପାରିବେ। ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ ଦାସ, ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ, କୋଷାଧ୍ୟକ୍ଷ କଳ୍ପନା ମିଶ୍ର ଓ ବିନୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।