କଳିଙ୍ଗ ହର୍ବାଲ ମେଳା : ବରିଷ୍ଠ ନାଗରିକ ଓ ଆୟୁର୍ବେଦ ଚିକିତ୍ସକଙ୍କ ଆଲୋଚନା

ଭୁବନେଶ୍ୱର : ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କଳିଙ୍ଗ ହର୍ବାଲ ମେଳାରେ ଆଜି ବରିଷ୍ଠ ନାଗରିକ ଓ ଆୟୁର୍ବେଦ ଚିକିତ୍ସକଙ୍କ ମଧ୍ୟରେ ଔଷଧୀୟ ବୃକ୍ଷଲତା ସମ୍ବନ୍ଧୀୟ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଦାନ ବିଭାଗ ପ୍ରଫେସର ଭବାନୀ ଶଙ୍କର ପାଲ୍‌, ପ୍ରସୂତି ତନ୍ତ୍ର ବିଭାଗ ଚିକିତ୍ସକ ମମତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାୟ ଶହେରୁ ଅଧିକ ବରିଷ୍ଠ ନାଗରିକ ଆଲୋଚନାରେ ଭାଗ ନେଇଥିଲେ। ବିଭିନ୍ନ ରୋଗର ନିଦାନ କିପରି ବୃକ୍ଷଲତାକୁ ବ୍ୟବହାର କରି କରାଯାଇ ପାରିବ ସେ ନେଇ ଚିକିତ୍ସକଙ୍କୁ ପ୍ରଶ୍ନ କରିଥିଲେ। ଚିକିତ୍ସକମାନେ ଆବଶ୍ୟକ ଔଷଧୀୟ ବୃକ୍ଷ ସମ୍ପର୍କରେ ସୂଚନା ଦେବା ସହ ଏହାକୁ କିଭଳି ସାଧାରଣ ଲୋକ ଚିହ୍ନଟ କରିବେ ସେ ନେଇ ଉପାୟ ବତାଇଥିଲେ। ବୃକ୍ଷଲତା ଦ୍ୱାରା ଅନେକ ରୋଗର ଚିକିତ୍ସା ସମ୍ଭବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ଡ. ଭାଗୀରଥି ବେହେରା ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ହରମୋହନ ମହାରଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନରେନ୍ଦ୍ର ପ୍ରସାଦ ହୋତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର