ଭୁବନେଶ୍ବର: ‘ବୀଣାପାଣି ନାଟ୍ୟ ସଂସ୍ଥା’ର ରଜତ ଜୟନ୍ତୀ ସମାରୋହ ଅବସରରେ ଜୟଦେବ ଭବନରେ ‘କଳିଙ୍ଗ କନ୍ୟାରତ୍ନ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ‘ବେଟି ବଞ୍ଚାଅ ବେଟି ପଢାଓ’ ନାଟ୍ୟ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବୁଦ୍ଧନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ସୁବାସ ଜେନା, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ସମାଜର ବିପିନ୍ କୁମାର ମିଶ୍ର ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗାୟତ୍ରୀ କଲେଜର ଅଧ୍ୟକ୍ଷ ଉତ୍ତମ ପାଣିଗ୍ରାହୀ ଯୋଗ ଦେଇଥିଲେ। ନାଟ୍ୟସଂସ୍ଥାର କାର୍ଯ୍ୟକାରୀ ସଭାପତି ବସନ୍ତ ନାୟକ ବେଟି ବଞ୍ଚାଅ... ଅଭିଯାନର ବାର୍ତ୍ତା ଉପସ୍ଥାପନ କରିଥିଲେ। ସମ୍ପାଦକ ବିଚିତ୍ର ମାଲିଆ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରାଜଶ୍ରୀ ଜେନା, ପୁଷ୍ପିତା ମିଶ୍ର, ସଙ୍ଗୀତା ଦାସ, ପ୍ରମୋଦ ରାଉତ, ଲିଲିମା ବନ୍ଦୋପାଧ୍ୟାୟ ଓ ସୁକାନ୍ତି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଶିଶୁ ପ୍ରତିଭା ଲିପ୍ସା ପ୍ରିୟଦର୍ଶିନୀଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଦେଷ୍ଟା ମନୋଜ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।
କଳିଙ୍ଗ କନ୍ୟାରତ୍ନ ସମ୍ମିଳନୀ
/sambad/media/post_attachments/wp-content/uploads/2019/08/fhtjrfyjnfgnfgnfgnfgnfgn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)