ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ବହୁଭାଷୀ ନାଟକ ମହୋତ୍ସବ ତଥା ‘୨୦ତମ କଳିଙ୍ଗ ନାଟ୍ୟ ମହୋତ୍ସବ’ ଆସନ୍ତା ୪ରୁ ଆରମ୍ଭ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ୨ଟି ଓଡ଼ିଆ ନାଟକ ସମେତ ୨ଟି ହିନ୍ଦୀ ନାଟକ ଏବଂ ଗୋଟିଏ ବଙ୍ଗାଳା ଭାଷାର ନାଟକ ମଞ୍ଚସ୍ଥ ହେବ। ପ୍ରଥମ ସନ୍ଧ୍ୟାରେ ଶତାବ୍ଦୀର କଳାକାରର ନାଟକ ତଥା ଧୀର ମଲ୍ଲିକଙ୍କ ନିର୍ଦେଶିତ ‘ବିଷର୍ଣ୍ଣ ଭାରତ’, ଦ୍ୱିତୀୟ ସନ୍ଧ୍ୟାରେ ଦର୍ପନାରାୟଣ ସେଠୀଙ୍କ ନିର୍ଦେଶିତ ‘ବାଞ୍ଛାର ବଗିଚା’, ତୃତୀୟ ସନ୍ଧ୍ୟାରେ ସୁରେଶ ଶର୍ମାଙ୍କ ନିର୍ଦେଶିତ ହିନ୍ଦୀ ନାଟକ ‘ମୌଲାନା’, ୪ର୍ଥ ସନ୍ଧ୍ୟାରେ ପ୍ରବୀର ଗୁହାଙ୍କ ନିର୍ଦେଶିତ ବଙ୍ଗଳା ନାଟକ ‘ଲଙ୍ଗ୍ ମାର୍ଚ୍’, ଏବଂ ଶେଷ ସନ୍ଧ୍ୟାରେ ପରଭେଜ୍ ଅଖ୍ତାରଙ୍କ ନିର୍ଦେଶିତ ହିନ୍ଦୀ ନାଟକ ‘ବାପୁ’ ମଞ୍ଚସ୍ଥ ହେବ। ଏହି ଅବସରରେ ଅଭିନେତ୍ରୀ ମମତା ମହାନ୍ତିଙ୍କୁ ସୁମିତ୍ରା ସମ୍ମାନ ଏବଂ ନାଟ୍ୟକାର ରବୀନ୍ଦ୍ରନାଥ ଦାସଙ୍କୁ ଅଲେଖ ସମ୍ମାନ (୧୦ ହଜାର ଟଙ୍କାର ଅର୍ଥରାଶି ସହ) ପ୍ରଦାନ କରାଯିବାକୁ ଥିବା ବେଳେ ହେମନ୍ତ କୁମାର ଷଡ଼ଙ୍ଗୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଏଥିସହିତ ପ୍ରତାପ ଚନ୍ଦ୍ର ରାଉତ (ସଂଗୀତ), ଶରତ ଦାସ (ନିର୍ଦେଶକ), ସଦାଶିବ ପ୍ରଧାନ (ନୃତ୍ୟ) ଏବଂ ସାମ୍ବାଦିକତା କ୍ଷେତ୍ରରେ ସଂଜୀବ ମୁଖାର୍ଜୀ, ହରପ୍ରସାଦ ଦାସ, ସତ୍ୟନାରାୟଣ ରାଉତରାୟ, ଅରୁନ୍ଧତୀ ମଲ୍ଲିକଙ୍କୁ ‘ଶତାବ୍ଦୀର କଳାକାର’ ସମ୍ମାନ ପ୍ରଦାନ କରାଯିବ। ‘ବିଜୁ ନାଟ୍ୟକେନ୍ଦ୍ର’ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଗୌରହରି ଦାସ, ଧୀରେନ୍ଦ୍ରନାଥ ମଲ୍ଲିକ, ସାଧାରଣ ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଦର୍ପନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
୪ରୁ କଳିଙ୍ଗ ବହୁଭାଷୀ ନାଟ୍ୟ ମହୋତ୍ସବ
/sambad/media/post_attachments/wp-content/uploads/2018/01/drama.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)