ଚନ୍ଦ୍ରଶେଖରପୁର: ରେଳ ସମ୍ପର୍କରେ ଶିକ୍ଷା ପାଇବେ ଆବାଳ ବୃଦ୍ଧବନିତା। ଆମ ଦେଶରେ ରେଳ ସେବା କାର୍ଯ୍ୟକାରୀ ଠାରୁ ବର୍ତମାନ ପର୍ଯ୍ୟନ୍ତ ଆଧୁନିକ ରେଳର ସମସ୍ତ ତଥ୍ୟ ଦେଖିପାରିବେ ଦର୍ଶକ। ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଯୁବଗୋଷ୍ଠୀ ଏହି ତଥ୍ୟରୁ ପ୍ରଭାବିତ ହେବେ। ଏନେଇ ନିର୍ମତ ହୋଇଛି କଳିଙ୍ଗ ରେଳ ସଂଗ୍ରହାଳୟ। ଆଜି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଚନ୍ଦ୍ରଶେଖରପୁର ଠାରେ ନିର୍ମିତ ରେଳପଥର ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’କୁ ଉଦ୍ଘାଟନ କରିଛନ୍ତି। ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଓ ରେଳପଥର ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନ ଉତ୍ସବରେ ଉପସ୍ଥିତ ଥିଲେ।
ଏହି ସଂଗ୍ରହାଳୟରେ ରହିଛି ପୁରାତନ ଉପକରଣ, ଯନ୍ତ୍ର, ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ମଡେଲଗୁଡିକ ମଧ୍ୟ ଏହି ଐତିହ୍ୟ ସଂଗ୍ରହାଳୟରେ କଳାକୃତି, ମଡେଲ ଏବଂ ଫଟୋଗ୍ରାଫ। ଏହାଛଡ଼ା ଭାରତୀୟ ରେଳବାଇର ପ୍ରଥମ ଦିନରୁ ବିଭିନ୍ନ ଦଲିଲ, ପୁରୁଣା ମାନୁଆଲ, ରେଳ ମାନଚିତ୍ର, ଉପକରଣ ଏବଂ ଫଟୋଗ୍ରାଫ ପ୍ରଦର୍ଶିତ ହୋଇଛି। ଯାହା ଦର୍ଶକଙ୍କୁ ଇତିହାସ ଏବଂ ସମୃଦ୍ଧ ଐତିହ୍ୟ ଦର୍ଶାଇବାରେ ସହାୟତା କରିଛି। ଏଠାରେ ମଧ୍ୟ ବିଭିନ୍ନ ଡକ୍ୟୁମେଣ୍ଟାରି ସହିତ ରେଳବାଇ କର୍ମଚାରୀ ମାନଙ୍କର ପୋଷାକ ପ୍ରଦର୍ଶନ ପାଇଁ କଳାକୃତି ପରିଦର୍ଶକଙ୍କ ଆକର୍ଷଣ ପାଇଁ ରଖାଯାଇଅଛି। ଏହି ସଂଗ୍ରହାଳୟରେ ଆମୋଦ ପ୍ରମୋଦ ପାଇଁ ରହିଛି ଟୟଟ୍ରେନ୍ ଓ ସୁଲଭ ଖାଦ୍ୟପେୟ ପାଇଁ ଟ୍ରେନ୍ ବଗି ଭିତରେ ନିର୍ମିତ ଭୋଜନାଳୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/d54g65gda4g65ad4g65aggdagdagdagda.jpg)