ଭୁବନେଶ୍ବର: ମହତ୍ ଉଦ୍ଦେଶ୍ୟରେ ସାହସିକ ଯାତ୍ରା। ଏହିଭଳି ଏକ ସ୍ଲୋଗାନ୍ ସହ ପର୍ଯ୍ୟଟନ ବିଭାଗ ଆୟୋଜନ କରିବ ‘କଳିଙ୍ଗ ରାଇଡ୍ସ’। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ରୋଡ୍ ନେଟୱର୍କ ସମ୍ବନ୍ଧରେ ସଚେତନ କରାଇବା ଏବଂ ରୋଡ୍ ଟ୍ରିପ୍ସ ବାବଦରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଏଭଳି ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ।
ଆସନ୍ତା ୨୭ ତାରିଖରେ ବିଶ୍ବ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଏକ ବାଇକ୍ ରାଇଡ୍ ଦେଖିବାକୁ ମିଳିବ। ଏଥିରେ ୮୦ଟି ସୁପର ବାଇକ୍ ଓ ବାଇକ୍ ଚାଳକ ସାମିଲ୍ ହେବେ। ସକାଳ ୭ଟାରେ ସ୍ୟାଣ୍ଡିସ୍ ଟାୱାର ନିକଟରୁ ବାହାରି ଧଉଳି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଯିବେ। ୨୭ କିଲୋମିଟରର ଏହି ଯାତ୍ରାରେ ବାଇକର ଗ୍ରୁପ୍ର ବାଇକର୍ସମାନେ ସାମିଲ୍ ହେବେ। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ଅବସରରେ ‘ରୋଡ୍ ଟ୍ରିପ୍ସରେ ଓଡ଼ିଶା ବିପଦମୁକ୍ତ ପର୍ଯ୍ୟଟନ’ର ପ୍ରଚାର କରାଯିବ। ଲକ୍ଡାଉନ୍ ଯୋଗୁଁ କିଛି ମାସ ହେବ ଲୋକେ ଅବସାଦ, ଚାପ ଓ ଚିନ୍ତାଗ୍ରସ୍ତ ଥିବା ବେଳେ ବିଶ୍ବ ପର୍ଯ୍ୟଟନ ଦିବସରେ ପୁନର୍ବାର ଖୁସିର ବାତାରବରଣ ଭେଟି ଦେବା ପାଇଁ ପର୍ଯ୍ୟଟନ ବିଭାଗ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ଆରମ୍ଭ କରିଛି। ଆସନ୍ତା ଅକ୍ଟୋବରରୁ ୧୦ଟି ପରିବେଶ ପର୍ଯ୍ୟଟନସ୍ଥଳରେ ପ୍ରକୃତି ଶିବିରର ମଜା ମିଳିବାକୁ ଯାଉଥିବା ବେଳେ ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ରୋଡ୍ ଟ୍ରିପ୍ସକୁ ସୁଗମ କରିବା ପାଇଁ ରାସ୍ତାକଡ଼ରେ ସୁବିଧା କେନ୍ଦ୍ରମାନ ସ୍ଥାପନ କରାଯାଇଛି। କାଫେଠୁ ନେଇ ଏଟିଏମ୍, ବିଶ୍ରାମଗୃହ, ହୋମ୍ ଷ୍ଟେ’ର ବ୍ୟବସ୍ଥା ହୋଇଛି। ଏଗୁଡ଼ିକର ପରିଚାଳନା ଓ ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ତେଣୁ ଦୀର୍ଘ ୬ ମାସ ପରେ ପର୍ଯ୍ୟଟନ କ୍ଷେତ୍ରକୁ ସକ୍ରିୟ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/fshsfh5sf4h56f4hsf54h564hfshsfhsfh.jpg)