ଭୁବନେଶ୍ୱର: କଳିଙ୍ଗ ଟିବି ସର୍ଭାଇଭର ନେଟୱାର୍କର ଉଦ୍ୟମରେ ଭୁବନେଶ୍ୱରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ରର ଆୟୋଜନ କରା ଯାଇଥିଲା| ଏହି ଆଲୋଚନାଚକ୍ରରେ ୮୦ରୁ ଅଧିକ ସଭ୍ୟାମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ। ଦିଲ୍ଲୀ ରିଚ୍ ଅଫିସ ତରଫରୁ ଜିଲ୍ଲା ସଂଯୋଜିକା ଡକ୍ଟର ରୀତା ସାହୁ ଓ ଓଡ଼ିଶା ରାଜ୍ୟ ସଂଯୋଜକ ଲଷ୍ମୀଧର ସିଂ ଉପସ୍ଥିତ ରହି ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ରଥ ମହିଳାମାନଙ୍କ ସମାନତା, ଅଧିକାର ସହିତ ଦାୟିତ୍ୱବୋଧତା ବିଷୟରେ ଆଲୋଚନା କରିବା ସହିତ ଟିବି ରୋଗରେ ସେମାନଙ୍କର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। କଳିଙ୍ଗ ଟିବି ସର୍ଭାଇଭର ନେଟୱାର୍କର ସଭ୍ୟାମାନେ ଟିବି ଚାମ୍ପିୟନ ଭାବରେ ସେମାନଙ୍କର ଭୂମିକା ବିଷୟରେ ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ ପାଇଁ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ସଭାପତି ଏସ ପୂଜା, ପି ଶେଖର ରାଓ ଓ ମୁକ୍ତା କୀର୍ତ୍ତିସୁଦ୍ଧା ଘଡେଇ ପରିଚାଳନା କରିଥିଲେ।