ଓଡ଼ିଆ ନବବର୍ଷରେ ହେବ କଳିଙ୍ଗ ଟ୍ରାଇବାଲ ସୁନ୍ଦରୀ ଓ କଳିଙ୍ଗ ଗୌରବ ଉତ୍ସବ

ଭୁବନେଶ୍ୱର : ଆସନ୍ତା ଓଡ଼ିଆ ନବବର୍ଷ ୨୦୧୮ ଏପ୍ରିଲ ୧୪ତାରିଖରେ ମୁଖ୍ୟ ଆକର୍ଷଣ କଳିଙ୍ଗ ଟ୍ରାଇବାଲ ସୁନ୍ଦରୀ ଓ କଳିଙ୍ଗ ଗୌରବ ସମ୍ମାନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅନୁଷ୍ଠାନ ୨୦୧୬ ଏବଂ ୧୭ରେ ଉତ୍କଳ ମଣ୍ଡପଠାରେ କଳିଙ୍ଗ ସୁନ୍ଦରୀ ଓ କଳିଙ୍ଗ ଗୌରବ ଆୟୋଜନ କରିଥିଲା। ଏଥର ଏହି ଉତ୍ସବରେ ରାଜ୍ୟର ଅନୁସୂଚିତ ଜନଜାତି ମଧ୍ୟରେ ଥିବା ତରୁଣୀମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ରହିଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସେମାନଙ୍କର ଐତିହ୍ୟ, ସଂସ୍କୃତି ଓ ଜ୍ଞାନପ୍ରଦର୍ଶନ କରିବେ ବୋଲି କଳିଙ୍ଗ ଗୌରବ ଆଓ୍ଵାଡ ପକ୍ଷରୁ ଏପରି ଏକ ନିଆରା ପଦକ୍ଷେପ ନିଆଯାଇଛି।

ବିଭିନ୍ନ ରାଜ୍ୟରେ ଏହି ଅନୁଷ୍ଠାନ ୧୫ ଡିସେମ୍ବରଠାରୁ ତାହାର ପ୍ରକ୍ରିୟା ଆରମ୍ଭ କରିବ। ଯେଉଁ ଜିଲ୍ଲାରେ ଏହି ପ୍ରତିଭା ଅନେ୍ଵଷଣ ହେବ, ତାହା ଗୋଟେ ମାସ ପୂର୍ବରୁ ଗଣମାଧ୍ୟମ ଓ ପ୍ରଚାରପତ୍ରରେ ବିବରଣୀ ଦିଆଯିବ। ଏଥିରେ ବିଜୟୀ ତରୁଣୀଙ୍କୁ କଳିଙ୍ଗ ସୁନ୍ଦରୀ ଓ କଳିଙ୍ଗ ଗୌରବ ସମ୍ମାନ ମଧ୍ୟ ମିଳିବ।

ସମ୍ବନ୍ଧିତ ଖବର