ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବାଟ ଫିଟିଲା

ଭୁବନେଶ୍ବର : ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ସମ୍ପ୍ରସାରଣ ପାଇଁ ବାଟ ଫିଟିଛି। ଏହି ଦୁଇ ଛକ ମଧ୍ୟରେ ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଜବରଦଖଲ କାରଣରୁ ଗତ ୧୪ ମାସ ହେଲା ତାହା ସମ୍ଭବ ହୋଇପାରୁ ନ ଥିଲା। ପୂର୍ତ୍ତ, ବିଡିଏ ଓ ବିଏମ୍‌ସି ମଧ୍ୟରେ ବାରମ୍ବାର ଚିଠି ଦିଆନିଆ ପରେ ଆଜି ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଏଚ୍‌.କେ ପାଢ଼ୀ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଏହି ରାସ୍ତାରୁ ଜବର ଦଖଲ ହଟାଇବା ନେଇ ଚିଠି ଲେଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ସମ୍ମୁଖ ଭାଗର କିଛି ଅଞ୍ଚଳ, ସୁଡା କାର୍ଯ୍ୟାଳୟ ବାହାରେ ଥିବା ଲୁହା ବାଡ଼, ବିଏସ୍‌ଏନ୍‌ଏଲ୍‌ ଟାୱାର, ବିଏମ୍‌ସିର ପାର୍କିଂ ସ୍ଥଳ, ୬ଟି କ୍ୟାବିନ୍‌, ଗୋଟିଏ ଓମଫେଡ୍‌ ବୁଥ୍‌, ଦୁଇଟି କିଓସ୍କ, ୭ଟି ଟ୍ରାନ୍ସଫର୍ମର, ୫୫ଟି ବିଦ୍ୟୁତ ଖୁଣ୍ଟ ହଟାଯିବା ସହ ୬୩ଟି ଗଛ କଟାଯିବାର ରହିଛି। ବିଡିଏ ସ୍କ୍ବାଡ୍‌ ଏହି ଜବରଦଖଲ ଉଚ୍ଛେଦ କରିବା ପରେ ଟେଣ୍ଡର ପାଇଥିବା ସଂସ୍ଥା ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ କରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର