କମଲ ହାସନଙ୍କ ମାନବତା, ପ୍ରେମ ଓ ଆଶାର ସଂଗୀତ

କରୋନା ମୁକାବିଲା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ ଅଭିନେତା କମଲ ହାସନ ନିବେଦନ କରିଥିବା ବ‌େଳେ ବାହାରୁ ଆସି ଶ୍ରମିକ ଭାବେ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ସମସ୍ୟାକୁ ନେଇ ସ୍ବର ଉଠାଇଛନ୍ତି। ତେବେ ଆଜି ଦକ୍ଷିଣ ଭାରତୀୟ ସଂଗୀତ ନିର୍ଦେଶକ ଘିବ୍‌ରନଙ୍କ ସଂଗୀତ ନିର୍ଦେଶନାରେ କମଲ ହାସନ ଏକ ସଂଗୀତ ପ୍ରସ୍ତୁତ କରିଛନ୍ତି। ଅରିଭବ ଅନବମ.. ଟାଇଟଲ୍‌ର ଏହି ଗୀତଟିକୁ ଲେଖିବା ସହ ଏହାକୁ ନିର୍ଦେଶନା ଦେଇଛନ୍ତି। କରୋନା ପରବର୍ତୀ ସମୟକୁ ସାମ୍ନା କରିବାକୁ ଯାଉଥିବା ଲୋକେ କିଭଳି ଆଶା, ସକ୍ରିୟତା, ମାନବତା ଓ ଭଲ ପାଇବାକୁ ନେଇ ବାଟ ଚାଲିବେ ତାହା ଏହି ଗୀତ ମାଧ୍ୟମରେ ଦର୍ଶାଇଛନ୍ତି। ଏହି ସଂଗୀତ ଭିଡିଓରେ କମଲଙ୍କ ବ୍ୟତୀତ ଅନିରୁଦ୍ଧ ରବିଚନ୍ଦର, ଯୁବନ ଶଙ୍କର ରାଜା, ବମ୍ବେ ଜୟଶ୍ରୀ, ଶ୍ରୁତି ହାସନ, ଆନ୍ଦ୍ରିୟା ଜେରେମିଆ, ମୁଗେନ ରାଓ, ସିଡ୍‌ ଶ୍ରୀରାମ, ଦେବୀ ଶ୍ରୀ ପ୍ରସାଦ, ଶଙ୍କର ମହାଦେବନ ଓ ସିଦ୍ଧାର୍ଥଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି। କମଲ କହିଛନ୍ତି, ଏ ଗୀତ‌ଟି ସଂପ୍ରତି ଖରାପ ସ୍ଥିତିରେ ଥିବା ଲୋକମାନଙ୍କୁ ସକରାତ୍ମକ ଓ ଶାନ୍ତ ରଖିବାରେ ବେଶ୍‌ ସହାୟକ ହେବ। କମଲ ନିଜ ଟ୍ବିଟର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଗୀତଟିରେ ଏହି କରୋନା ଯୁଦ୍ଧ ଲଢ଼ିବା ପାଇଁ ଆମ ହୃଦୟକୁ କିଭଳି ବୁଦ୍ଧିମତାର ସହ ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିସହ କେବଳ ନିଜକୁ ଭଲ ନପାଇ କିପରି ଅନ୍ୟକୁ ଭଲ ପାଇ ଏଭଳି ବିପଦକୁ ଅତିକ୍ରମ କରିହେବ ସେ ସମ୍ବନ୍ଧରେ ମଧ୍ୟ କୁହାଯାଇଛି। ଘିବରନ କହିଛନ୍ତି, ଏହି ମହାମାରୀ ଯିବା ପରେ ‌ଆମେ ଯେଉଁମାନେ ନୂଆ ଜୀବନ ଜିଇଁବାକୁ ଯାଉ‌ଛେ ସେଇମାନଙ୍କ ଉଦ୍ଦେଶ୍ୟରେ ଏହି ସଂଗୀତଟି ସମର୍ପିତ।

ସମ୍ବନ୍ଧିତ ଖବର