ଭୁବନେଶ୍ୱର: ବାଣୀବିହାର, ଓୟୁଏଟି, ବିପିୟୁଟି ପରି ଶିକ୍ଷାନୁଷ୍ଠାନ ପରେ ଏବେ କମଳା ନେହେରୁ ମହିଳା ମହାବିଦ୍ୟାଳୟର େଓ୍ଵବସାଇଟ୍କୁ ହ୍ୟାକ୍ କରାଯାଇଛି। କେହି ଦୁର୍ବୃତ୍ତ ଆଜି ସନ୍ଧ୍ୟାରେ ମହାବିଦ୍ୟାଳୟ େଓ୍ଵବସାଇଟ୍ ହ୍ୟାକ୍ କରିଥିଲା। ହ୍ୟାକର୍ ଜଣଙ୍କ ନିଜର ପରିଚୟ ଦେଇ ନ ଥିଲା। ବରଂ ମହାବିଦ୍ୟାଳୟ େଓ୍ଵବସାଇଟ୍ ଖୋଲିବା ମାତ୍ରେ େଓ୍ଵବସାଇଟ୍ରେ ‘Hacked By Dik4h4nZ’ ଲେଖାଥିଲା। ଏଥିସହ ଏକ କାର୍ଟୁନ୍ ମଧ୍ୟ ରହିଥିଲା। ତାହା କାହାର ସ୍ପଷ୍ଟ ଜଣାପଡ଼ୁ ନଥିଲା। ଏହି କାର୍ଟୁନ୍ ତଳକୁ କିନ୍ତୁ ଲେଖାଯାଇଥିଲା ଯେ ‘Security Attack!!!’। ଏଥିସହ କଣ୍ଟାକ୍ଟ(ଯୋଗାଯୋଗ) ମଧ୍ୟ ଉଲ୍ଲେଖ ହୋଇଥିଲା। ଏହି କଣ୍ଟାକ୍ଟ ଉପରେ କ୍ଲିକ୍ କରିବା କ୍ଷଣି ଅଶ୍ଳୀଳ ଭିଡିଓ(ପର୍ଣ୍ଣ ଭିଡିଓ) ଦେଖିବାକୁ ମିଳିଥିଲା। ଇଂରାଜୀ, ହିନ୍ଦୀ ସମେତ ଏକାଧିକ ବିଦେଶୀ ଭାଷାରେ ଶତାଧିକ ଅଶ୍ଳୀଳ ଭିଡିଓ ଦୃଶ୍ୟମାନ ହୋଇଥିଲା। ଏବେ ନାମଲେଖା ଋତୁ ଚାଲୁଥିବାରୁ ସନ୍ଧ୍ୟାରେ ଏଭଳି ଦୃଶ୍ୟମାନ ହେବା ପରେ ଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପ୍ରାୟ ୫ ଘଣ୍ଟା ଧରି ଏଭଳି ଚାଲିବା ପରେ ରାତି ୧୧ଟା ବେଳକୁ ମହାବିଦ୍ୟାଳୟ େଓ୍ଵବସାଇଟ୍ ଆଉ ଖୋଲି ନ ଥିଲା। ମହାବିଦ୍ୟାଳୟ େଓ୍ଵବସାଇଟ୍ ହ୍ୟାକ୍ ହୋଇଥିବା ନେଇ ଖବର ବ୍ୟାପିବା ପରେ କମଳା ନେହେରୁ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମିଶ୍ର କହିଛନ୍ତି ଯେ ଗଣମାଧ୍ୟମରୁ ଏନେଇ ଖବର ଜାଣିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି। ପୁଲିସକୁ ଅବଗତ କରାଯାଇଛି। ଆଜି ଛୁଟି ଥିବାରୁ ଥାନାରେ ଏତଲା ଦିଆଯାଇପାରି ନାହିଁ। ଆସନ୍ତାକାଲି ଏନେଇ ସାଇବର ସେଲ୍ରେ ଅଭିଯୋଗ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ମହାବିଦ୍ୟାଳୟ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ େଓ୍ଵବସାଇଟ୍ର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଯେଉଁଥି ପାଇଁ ଏଭଳି ସମସ୍ୟା ହୋଇଛି। ଏହାପୂର୍ବରୁ ବର୍ଷକ ତଳେ ମହାବିଦ୍ୟାଳୟର େଓ୍ଵବସାଇଟ୍ ଖରାପ ହୋଇଥିଲା। ତା’ପରେ ବି ମହାବିଦ୍ୟାଳୟ କର୍ତୃପକ୍ଷ ଘରୋଇ ସଂସ୍ଥା ଉପରେ ଭରସା ରଖି ପରିଚାଳନା ଦାୟିତ୍ୱ ଦେଇଥିଲେ। ଯେଉଁଥିପାଇଁ ଆଜି ଏଭଳି ସମସ୍ୟା ହୋଇଛି। କେବଳ କମଳା ନେହେରୁ ମହିଳା ମହାବିଦ୍ୟାଳୟ ନୁହେଁ ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନର େଓ୍ଵବସାଇଟ୍ ବାରମ୍ବାର ହ୍ୟାକ୍ ହେଉଥିଲେ ମଧ୍ୟ କଲେଜ କର୍ତୃପକ୍ଷଙ୍କ ଏଭଳି ଘରୋଇ ସଂସ୍ଥାଙ୍କ ପ୍ରୀତିକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ବିପିୟୁଟି େଓ୍ଵବସାଇଟ୍ ଏକାଧିକ ଥର ହ୍ୟାକ୍ ହୋଇଛି।
କମଳା ନେହେରୁ କଲେଜ େଓ୍ଵବସାଇଟ୍ ହ୍ୟାକ୍
େଓ୍ଵବସାଇଟ୍ ଖୋଲିଲେ ବାହାରୁଛି ଅଶ୍ଳୀଳ ଭିଡିଓ, ସାଇବର ସେଲ୍ର ଦ୍ୱାରସ୍ଥ ହେବେ କଲେଜ କର୍ତୃପକ୍ଷ
/sambad/media/post_attachments/wp-content/uploads/2018/07/HACKED.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)