କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’: ମହିଳା ନିଜ ଦକ୍ଷତା ଓ ଗଣତାନ୍ତ୍ରିକ ଅଧିକାରକୁ ଚିହ୍ନନ୍ତୁ

ଭୁବନେଶ୍ବର: ପରିବାରରୁ ସୃଷ୍ଟି ହୁଏ ଲିଙ୍ଗଗତ ବିଭେଦ ଶୀର୍ଷକ ଆଲୋଚନାରେ ଭାଗନେଇ ଡିଏନ ୱିସଡମ ଟ୍ରି ଗ୍ଲୋବାଲ ସ୍କୁଲର ଉପାଧ୍ୟକ୍ଷ ପଞ୍ଚମୀ ମାନୁ ଉକିଲ୍‌ କହିଲେ, ପୁରୁଷତାନ୍ତ୍ରିକ ବିଚାର ପ୍ରତ୍ୟେକଙ୍କ ମଧ୍ୟରେ ଏଭଳି ବଦ୍ଧମୂଳ ହୋଇ ରହିଛି। ଏଥିରୁ ମୁକ୍ତି ପାଇବା ଅତି ଜଟିଳ ହୋଇ ପଡ଼ିଛି। ପ୍ରତ୍ୟେକ ମହିଳା ନିଜ ଶରୀର, ଦକ୍ଷତା ଏବଂ ଗଣତାନ୍ତ୍ରିକ ଅଧିକାରକୁ ଭଲ ଭାବରେ ଚିହ୍ନିବାର ଆବଶ୍ୟକତା ରହିଛି। କନକ ନ୍ୟୁଜ୍‌ର ସଂପାଦକ ମନୋରଞ୍ଜନ ମିଶ୍ର କହିଲେ, ଜଣେ ଝିଅକୁ ପୁଅ ହେବାର ଆବଶ୍ୟକତା ନାହିଁ।

ପ୍ରତ୍ୟେକ ନିଜ ଭିତରେ ହିଁ ସ୍ବତନ୍ତ୍ର। ପ୍ରତ୍ୟେକ ଝିଅ ସଙ୍କଳ୍ପ କରନ୍ତୁ ସେମାନେ ସ୍ବାବଲମ୍ବୀ ନହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଅନେକ ସଂଖ୍ୟାରେ ମହିଳା ଆସୁଛନ୍ତି କିନ୍ତୁ କେଉଁ ମହିଳା ଆସିବେ ଏହି ନିଷ୍ପତ୍ତି ଆଜି ବି ପୁରୁଷଙ୍କ ହାତରେ ରହିଛି। ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ଦାସ କହନ୍ତି, ପୂର୍ବରୁ ସରସ୍ବତୀ ଶିଶୁ ମନ୍ଦିରରେ ଝିଅ-ପୁଅ କଥା ହେବା ମଧ୍ୟ ନିଷେଧ ଥିଲା। ଉଭୟ ଝିଅ-ପୁଅଙ୍କ ପାଇଁ ଭିନ୍ନ ଖେଳ ଥିଲା। ଏବେ କିନ୍ତୁ ସେ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ଏହି ଆଲୋଚନାକୁ ମାନସ ଦାଶ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର