ଭୁବନେଶ୍ବର : କାଞ୍ଚନ ଫାଉଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ‘ପ୍ରଥମ କାଞ୍ଚନ ସମ୍ମାନ-୨୦୧୯’ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ। ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ ଓ ‘ଆତ୍ମଜା’ର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘କାଞ୍ଚନଧାରା’ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି, ସାମାଜିକ ଅନୁଷ୍ଠାନ ଓ ଭୁବନେଶ୍ବରର ୪ଟି ଦୁର୍ଗାପୂଜା ମଣ୍ଡପକୁ ଏହି ଅବସରରେ ‘ପ୍ରଥମ କାଞ୍ଚନ ଫାଉଣ୍ଡେସନ ସମ୍ମାନ’ ପ୍ରଦାନ କରାଯାଇଛି। ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଫାଉଣ୍ଡେସନ୍ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଉପସଭାପତି ବିଶ୍ବଜିତ ସାମନ୍ତରା, ଜିତୁ ମଲ୍ଲିକ, ଗୋପାଳ ବେହେରା, ରାମେଶ ବଳ ଓ ତପନ କୁମାର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
ପ୍ରଥମ କାଞ୍ଚନ ସମ୍ମାନ ପ୍ରଦାନ ସମାରୋହ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)