‘କନ୍ୟା ଅନମୋଲ୍‌ ହୈ ’ର ‘ଚରଣ ସ୍ପର୍ଶ’ ସମ୍ମାନ ସମାରୋହ

ଚନ୍ଦ୍ରଶେଖରପୁର : ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କନ୍ୟା ଅନମୋଲ୍‌ ହୈ ’ର ‘ଚରଣ ସ୍ପର୍ଶ’ ସମ୍ମାନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି କୃତିତ୍ବ ଅର୍ଜନ କରିଥିବା ୪ ଜଣଙ୍କୁ ‘ଚରଣ ସ୍ପର୍ଶ’ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଖ୍ୟାତ ପ୍ରସ୍ତା ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଅଭିନେତ୍ରୀ ଈଶା ବେବର୍ତା, ବିଶିଷ୍ଟ କବି ଡ. ମନୋରମା ବିଶ୍ବାଳ ମହାପାତ୍ର ଓ କଳାକାର ସଂଗ୍ରାମ ମହାରଣାଙ୍କୁ ଚଳିତ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ ଯାଇଛି।

ଭୁବନେଶ୍ବର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଲେଖକ ଡ. ପବିତ୍ର କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ ଚରଣ ସ୍ପର୍ଶ ସମ୍ମାନ ସମାରୋହ ଏକ ନିଆରା ପ୍ଲାଟଫର୍ମ l ଏହା ସର୍ବଦା ସମାଜସେବାରେ ନିମଗ୍ନ ବ୍ୟକ୍ତିବିଶେଷଙ୍କୁ କଠିନ ପରିଶ୍ରମ ଓ ନିଷ୍ଠା ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇ ଆସିଛି। ସମାଜରେ ମହିଳାମାନଙ୍କ ସୁଦୃଢ଼ ସ୍ଥିତି ପାଇଁ ଏହି ଅନୁଷ୍ଠାନ ‘କନ୍ୟା ଅନ୍‌ମୋଲ୍ ହୈ ’ କାର୍ଯ୍ୟକ୍ରମ କରିଆସୁଥିବାରୁ ସେ ପ୍ରଶଂସା କରିଥିଲେ। ‘କନ୍ୟା ଆନମୋଲ ହୈ’ର ମୁଖ୍ୟ ରୋଟାରିଆନ୍ ସରୋଜ ଦାଶ ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଙ୍କର୍‌ ତପସ୍ୱିନୀ ପଟ୍ଟନାୟକ ଏବଂ ସାମ୍ବାଦିକ ରାମଜୀବନ ଗୋଛାୟତଙ୍କୁ ସାମାଜିକ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସସ୍ମିତା ଦାଶ, କୋଚେୟାରମ୍ୟାନ୍ ଅନୁଷ୍କା ତ୍ରିପାଠୀ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ରାଜଲକ୍ଷ୍ମୀ ନନ୍ଦା, ଲିପୁନ୍ ମହାରାଣା, ସୌମ୍ୟା ବେହେରା, ଆକାଶ, ଜୟ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର