ବୁଲେଟ୍‌ରେ ଭୋର୍‌ ରାଜଧାନୀର ମଜା ନେଲେ କପିଲ ଶର୍ମା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଭୋର୍‌ ସମୟର ମଜା ନେଇଛନ୍ତି କପିଲ ଶର୍ମା। ନିଜର ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ବରରେ ଥିବା କପିଲ ଆଜି ନିଜର ଇନଷ୍ଟ୍ରାଗ୍ରାମ୍ ପେଜ୍‌ରେ ଏହାର ଏକ ଭିଡିଓ ଅପଲୋଡ୍‌ କରିଛନ୍ତି। ଏଥିରେ ସେ ବୁଲେଟ୍‌ରେ ଭୋର୍‌ ୫ଟାରେ ଏଜି, ରାଜଭବନ ଓ କମିସନରେଟ୍‌ ପୁଲିସ ବିଲ୍ଡିଂ ଦେଇ ଯାଉଥିବାର ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ କରିବା ସହିତ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।

କିଛି ଘଣ୍ଟା ଭିତରେ ଏହି ଭିଡିଓକୁ ୧୦ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ପ୍ରାୟ ୭ହଜାର ଲୋକ କମେଣ୍ଟ ଦେଇଛନ୍ତି। ବିଶେଷ କରି ଓଡ଼ିଶାର ଲୋକ ଏଥିରେ ଅଧିକ କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି କପିଲ ବି ଏତେ ସକାଳୁ ଉଠନ୍ତି ? ବୋଧହୁଏ ଅକ୍ଷୟ କୁମାର ସହିତ ବସାଉଠାର ଏହି ପ୍ରଭାବ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି କାଶ୍ମୀର ଫାଇଲ ଦେଖିଲଣି ନା ନାହିଁ? ଅନେକ ଲୋକ ମଜାଦାର କମେଣ୍ଟ୍‌ ବି ଦେଇଛନ୍ତି। ଆଜି କପିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଛନ୍ତି। ସା‌କ୍ଷାତ ସମୟରେ ଅଭିନେତ୍ରୀ ନନ୍ଦିତା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର