ଭୁବନେଶ୍ୱର: ଦୁଇଦିନିଆ କପିଳେଶ୍ୱର ମହୋତ୍ସବ ସ୍ଥାନୀୟ କପିଳେଶ୍ୱର ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦଘାଟନ୍ କରିଛନ୍ତି। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ଶିବପ୍ରସାଦ ବେହେରା, ଶିବନାରାୟଣ ରାୟ, ମଧୁସ୍ମିତା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ।
ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ସହ ବହୁ ନାମୀଦାମୀ କଳାକାର ଯୋଗଦେଇ ସନ୍ଧ୍ୟାକୁ ଉତ୍ସବମୁଖର କରିଥିଲେ। କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଆବାହକ ତଥା କର୍ପୋରେଟର୍ ଚନ୍ଦ୍ରଶେଖର ମଲିଆ ଅଧ୍ୟକ୍ଷତା କରିଥିବା ବେଳେ ଗୋପବନ୍ଧୁ ଦାଶ ଧନ୍ୟବାଦ ଦେଇଥିଲେ।