ନୂଆଦିଲ୍ଲୀ: ପୁରୁଣା ଭୁବନେଶ୍ବର କପିଳେଶ୍ବରସ୍ଥିତ କପିଳେଶ୍ବର ମନ୍ଦିରକୁ କେନ୍ଦ୍ର ସରକାର ଜାତୀୟ ମହତ୍ତ୍ବ ସ୍ମାରକୀ ଘୋଷଣା କରିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ମାରକୀ ଘୋଷଣାକୁ ନେଇ ଯଦି କାହାର କିଛି ଆପତ୍ତି ବା ପରାମର୍ଶ ଥାଏ, ଦୁଇ ମାସ ମଧ୍ୟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକଙ୍କୁ ଜଣାଇବାକୁ କୁହାଯାଇଛି।
ନିର୍ଦ୍ଧାରିତ ସମୟ ଅବଧିରେ ପ୍ରାପ୍ତ ଆପତ୍ତି ଓ ପରାମର୍ଶଗୁଡ଼ିକୁ ବିଚାରକୁ ନିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।