କପିଳେଶ୍ବର ମନ୍ଦିର ବୁଲିଲେ ଦେବୋତ୍ତର ଉପଆୟୁକ୍ତ, ଅତିରିକ୍ତ ଆୟୁକ୍ତ

ପୁରୁଣା ଭୁବନେଶ୍ବର: କପିଳେଶ୍ବର ମନ୍ଦିର ବୁଲିଛନ୍ତି ଦେବୋତ୍ତର ଉପ ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ। ହାଇକୋର୍ଟରେ ରାୟ ପ୍ରକାଶ ପରେ ଆଜି ପ୍ରଥମ କରି କପିଳେଶ୍ବର ମନ୍ଦିର ବୁଲି ସେବାୟତମାନଙ୍କ ସହ ସେମାନେ ଆଲୋଚନା କରିଥିଲେ। କପିଳେଶ୍ବର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତ ବିବାଦ କିଛି ଦିନ ହେଲା ଲାଗି ରହିବା ପରେ ହାଇକୋର୍ଟରେ ମାମଲା ହୋଇଥିଲା। ଗତ ୩ ସପ୍ତାହ ହେଲା ହାଇକୋର୍ଟ ରାୟ ପ୍ରକାଶ ପାଇ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଥିଲା। ଖୁଣ୍ଟିଆ ସେବାୟତ ପୂର୍ବ ପରି କପିଳେଶ୍ବର ମନ୍ଦିରରେ ସେବା ପୂଜା କରିବେ ବୋଲି ଦେବୋତ୍ତର ବିଭାଗକୁ ନିର୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଦେବୋତ୍ତର ଉପ ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ କପିଳେଶ୍ବର ମନ୍ଦିରକୁ ଯାଇ ସ୍ଥିତି ପରଖିଥିଲେ ବୋଲି ଦେବୋତ୍ତର ବିଭାଗର ଜଣେ ଅଧିକାରୀ କହିଛନ୍ତି। ସେମାନେ ମନ୍ଦିରରେ ପୂଜାର୍ଚନା ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏହା ପୂର୍ବରୁ ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ବୋ‌ଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର