ରାଜଧାନୀ ମହାବିଦ୍ୟାଳୟରେ ‘ବିଜୟ ଦିବସ’

ଖଣ୍ଡଗିରି: ରାଜଧାନୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ‘ବିଜୟ ଦିବସ’ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ମୁଖ୍ୟ ମନ୍ମଥ ନାଥ ଘଡେ଼ଇ, ଜାତୀୟ ସେବା ଯୋଜନା ଅଧିକାରୀ ସୁବ୍ରତ କୁମାର ସାମଲ, ସନ୍ଧ୍ୟାରାଣୀ ନାୟକ, ଲଳିତାଦାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟରେ ବନ୍ଧୁକ ଚାଳନାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଏନସିସି ଛାତ୍ରୀ ଲିଜାଲିନ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ‘ପଞ୍ଚ ପ୍ରାଣ ଶପଥ ପାଠ’ ପଢ଼ି ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ। ଆଇଏମଏମଟି ପକ୍ଷରୁ ଏକ ଭିଡିଓ ପ୍ରଦର୍ଶନୀ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପଦଯାତ୍ରା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ବିଭୂତି ଭୂଷଣ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର