ଭୁବନେଶ୍ୱର : ଭୁବନେଶ୍ବରରେ କରୋନା ବଢ଼ିବାରେ ଲାଗିଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୫୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଦିନ ୧୫୩୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ‌ଶନିବାର ପୁଣି ୬ଟି ଜାଗାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଓ ୭ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଛି। ଏଥିରେ କଳିଙ୍ଗ ଷ୍ଟାଡିୟମ୍‌ର ଉଭୟ ମହିଳା ଓ ପୁରୁଷ ସ୍ପୋର୍ଟସ୍‌ ହଷ୍ଟେଲ୍‌ ରହିଛି। ଏହି ଦୁଇଟି ହଷ୍ଟେଲ୍‌କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ସେହିପରି ଜଗମୋହନ ନଗର ଲେନ୍‌-୭ ପ୍ରତୀକ୍ଷା ଏନ୍‌କ୍ଲେଭ୍‌ ପ୍ଲଟ୍‌ ନମ୍ବର ଜି-୧, ପୋଖରୀପୁଟ୍‌ କୋକିଳା ବିହାର ଲେନ୍‌-୩ ପ୍ଲଟ୍‌ ନମ୍ବର ୫୧୧/୧୭୮୨, ପୋଖରୀପୁଟ୍‌ ଅନନ୍ତ ବିହାର ପ୍ଲଟ୍‌ ନଂ ୪୯, ଜାଗମରା ସିଦ୍ଧିବିନାୟକ ଏନ୍‌କ୍ଲେଭ୍‌ ପ୍ଲଟ୍‌ ନଂ ୨-ଇକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Advertisment

ହଂସପାଳ ମେଟ୍ରୋ ସାଟେଲାଇଟ୍‌ ସିଟି ଫେଜ୍‌-୧ ଲେନ୍‌-୬ ଡ୍ୟୁପ୍ଲେକ୍ସ ନଂ ୧୮୨, ପଟିଆ ରୟ‌ାଲ ଲାଗୁନ୍‌ ଫ୍ଲାଟ୍‌ ନଂ ୭୩୦, ଡମଣା ବସେରା ଆପାର୍ଟମେଣ୍ଟ ଫ୍ଲାଟ୍‌ ନଂ ୩୦୨, କାନନ ବିହାର ଫେଜ୍‌-୧ ପ୍ଲଟ୍‌ ନମ୍ବର ସିଏଚ୍‌-୧୧୯, ନୀଳାଦ୍ରି ବିହାର ପ୍ଲଟ୍‌ ନଂ ଜିଏ-୨୫, ନୀଳାଦ୍ରିବିହାର ସେକ୍ଟର-୫ ପ୍ଲଟ୍‌ ନଂ ୧୪୮ ଓ ଜୟଦେବ ବିହାର ବିଏସ୍‌ଏନ୍‌ଏଲ୍‌ କଲୋନି କ୍ବାର୍ଟର୍ସ ନଂ ୮୪୨ କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏଠାକୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।