ଝଲସୁଛି ବାରଙ୍ଗ : ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ

ବାରଙ୍ଗ : ବାରଙ୍ଗ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ରାୟ ୮୨ଟି ମଣ୍ଡପରେ ପୂଜା ହେଉଛି। ରଙ୍ଗବେରଙ୍ଗର ଆଲୋକମାଳାରେ ପୂରା ଅଞ୍ଚଳ ସଜେଇ ହୋଇଛି। ଏଥିସହିତ ପୂଜାମଣ୍ଡପଗୁଡ଼ିକ ପକ୍ଷରୁ ନିର୍ମିତ ତୋରଣ ଆକର୍ଷଣର କେନ୍ଦ୍ର ପାଲଟିଛି। ଲୋକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଚଳିତବର୍ଷ ଦାଢ଼ା ପାଟଣାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ପୂଜାକୁ ୫ ଦିନରୁ ୧୨ ଦିନ ପର୍ଯର୍୍ୟନ୍ତ ବଢ଼ାଇ ଦିଆଯାଇଛି। ପୂଜାମଣ୍ଡପଗୁଡ଼ିକରେ କାର୍ତ୍ତିକେଶ୍ୱରଙ୍କ ବ୍ୟତୀତ ଦୁର୍ଗା, ଶିବ, ପାର୍ବତୀ, ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଏଥିସହିତ ଜଳନ୍ଧର, ମୟୂର, ସିଂହ, ବାଘ, ଡ୍ରାଗନ୍‌ ମୂର୍ତ୍ତି ମଧ୍ୟ ଦର୍ଶକଙ୍କୁ ଆକର୍ଷଣ କରୁଛି। ବଡ଼ଓଷାରୁ ଫୁଲପୋଖରୀ ମହାଦେବ କମିଟ୍‌ ମଣ୍ଡପରେ ପୂଜା ଆରମ୍ଭ ହୋଇଛି।

ଗ୍ରାମରେ ଚଳିତ ବର୍ଷ ୧୨ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ମେଢ଼ ମଧ୍ୟରେ ଅଛି ଗ୍ରାମ କମିଟି ମେଢ଼, ଗାନ୍ଧୀ ବଜାର, ପ୍ରେମ ବଜାର ଖଣ୍ଡୁଆଳ, ମହଦେବ, କୁମ୍ଭାର ସାହି, ତଳ କୁମ୍ଭାର ସାହି, ମଙ୍ଗଳା, ପାଣି ସାହି ୨ଟି, ଭୋଇ ସାହି ୨ଟି। ଏହାବ୍ୟତୀତ ପୁରୁଣା ବାରଙ୍ଗ, ଷ୍ଟେସନ୍‌ ବଜାର, ଗେଟ୍‌ ବଜାର, ସୀତାରାମ ବଜାର, ବଙ୍ଗାଳୀସାହି, ପଞ୍ଚୁପାଳ, ଆନନ୍ଦ ବଜାର, ଗଦେଇକୁଦ, ମଙ୍ଗଳା କମିଟି ଆଦିବାସୀ ସହି, ବଛିପୁର ରାଧାଗୋବିନ୍ଦ, ଗ୍ରାମ କମିଟି, ମଧୁବନ, ମଧୁପୁର, ତ୍ରିଶୂଳିଆ, କୁସିନ୍ଦା, କୃଷ୍ଣଚନ୍ଦ୍ରପୁର, ଫକୀରପଡ଼ା, ମୁଣ୍ଡମୁହାଣ, ନରଣପୁର,ବେଲଗଛିଆ, ଶ୍ରୀବନ୍ତପୁର, ଗୋଡ଼ିସାହି, ମୁଣ୍ଡଳୀ, ତଳଗଡ଼, ନରାଜ, ମାର୍ଥାପୁରକଣ୍ଟାପାଟଣା, କଲେଜ ଛକ, କଣ୍ଟୁଣିଆ, ବାଲିପଡ଼ା ଖୈରାପଡ଼ା, ଗଣ୍ଡରପୁର, କଲ୍ୟାଣପୁର, ବରିମୁଣ୍ଡ ଅଞ୍ଚଳର ମେଢ଼ ଆକର୍ଷଣର କେନ୍ଦ୍ର ପାଲଟିଛି। ଦାଢ଼ାପାଟଣା ଅଞ୍ଚଳର ସିନେମା ହଲ ଛକ, ଭୋଇ ସାହି, ମଙ୍ଗଳା ଛକ, ମହାଦେବ, ବଣିଆ ସାହି ଦୁର୍ଗା (ଚାନ୍ଦି ମେଢ଼), ମହାବୀର, ମହାରଣା ସାହି, ଉପର ତେଲି ସାହି (ମହାଭାରତ ଉପରେ ଆଧାରିତ) ମେଢ, ବାଙ୍କି ସାହି, ସାମଲ ସାହି, ଉପର ଶୁଣ୍ଡି, ଭାଗବତ ଗାଦି ଗୋସାଇଁ, ଦରଜି ସାହି, ବାସୁଦେବ, ବଣିକ ସଂଘ ଦୁର୍ଗା (ଚାନ୍ଦି ମେଢ଼), କୈବର୍ତ୍ତ ସାହି ଓ ବାଲ୍ୟ ସଂଘ ପକ୍ଷରୁ ମଧ୍ୟ ଚଳିତ ବର୍ଷ ପୂଜା ହେଉଛି।

ପ୍ରଥମ ଦିନରେ ବିଶେଷକରି ଦାଢ଼ାପାଟଣାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆସନ୍ତା କାଲି ରବିବାର ଥିବାରୁ ଭିଡ଼ ବଢ଼ିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ତ୍ରିଶୂଳିଆ ପୋଲ ଖୋଲି ଯାଇଥିବାରୁ ମେଢ଼ ଦେଖିବାକୁ ଭିଡ଼ ଜମିବ ବୋଲି କୁହାଯାଉଛି। ଭିଡ଼କୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଭସାଣିରେ ଅତିରିକ୍ତ ୭ରୁ ଅଧିକ ପ୍ଲାଟୁନ୍‌ ମୁତୟନ କରାଯିବ ବୋଲି ବାରଙ୍ଗ ଥାନା ପକ୍ଷରୁ କୁହାଯାଇଛି। ସେହିପରି ଭସାଣି ଦୁଇଦିନ ବାରଙ୍ଗ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ରହିବ। ଆବଶ୍ୟକ ପଡ଼ିଲେ ଗୋଟି ପାଖ ରାସ୍ତା ବନ୍ଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭସାଣି ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ଲାଗି ଖୁବ୍‌ ଶୀଘ୍ର ପୁଲିସ ପ୍ରଶାସନ ଓ ଆଞ୍ଚଳିକ ଶାନ୍ତି କମିିଟିର ମିଳିତ ବୈଠକ ବସିବ ବୋଲି କମିଟି ସମ୍ପାଦକ ସୁରେଶ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର