‘ମ୍ୟାଜିକ୍‌ ପ୍ୟାନ୍‌’‌ରେ କଶ୍ମୀରୀ ଓ ପଞ୍ଜାବୀ ଖାଦ୍ୟର ମଜା

ଭୁବନେଶ୍ବର: ବର୍ଷତମାମ୍‌ ‘କଶ୍ମୀରୀ’ ଓ ‘ପଞ୍ଜାବୀ’ ଖାଦ୍ୟ ଯୋଗାଇ ଦେବାକୁ ସତ୍ୟନଗରଠାରେ ଖୋଲିଛି କ୍ଲାଉଡ୍‌ କିଚେନ୍‌ ‘ମ୍ୟାଜିକ୍‌ ପ୍ୟାନ୍‌’। ଯେକୌଣସି ସ୍ଥାନରେ ବସି ଗୋଟିଏ ବଟନ୍‌ ଚିପି ମଧ୍ୟ ଏସବୁ ଖାଦ୍ୟ ଅର୍ଡର କରିପାରିବେ। ଖାଲି ସେତିକି ନୁହେଁ, ବିବାହ ହେଉ କି ଜନ୍ମଦିନ ପାର୍ଟି ବା କର୍ପୋରେଟ୍‌ ପାର୍ଟି; ମ୍ୟାଜିକ୍‌ ପ୍ୟାନ୍‌ରୁ ଖାଦ୍ୟ ଅର୍ଡର କରାଯାଇପାରିବ।

ରାଜଧାନୀବାସୀଙ୍କୁ କିଛି ନିଆରା ଓ ଅନନ୍ୟ ଶୈଳୀର ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ଦୀପାବଳିଠାରୁ ସତ୍ୟନଗରଠାରେ ମନୀଷ‌ା ପଣ୍ଡା ଖୋଲିଛନ୍ତି ଏହି ‘ମ୍ୟାଜିକ୍‌ ପ୍ୟାନ୍‌’ କ୍ଲାଉଡ୍‌ କିଚେନ୍‌। ଏଥିରେ ସିଧାସଳଖ ବସି ଖାଇ ହେବ ନାହିଁ। ଖାଦ୍ୟ ଅର୍ଡର କଲେ ଘରେ ଆସି ପହଞ୍ଚିଯିବ ବା ଜଣେ ଯାଇ ସେଠାରୁ ଖାଦ୍ୟ ନେଇ ଆସିପାରିବ। ବ୍ୟସ୍ତବହୁଳ ସହରିଆଙ୍କ ପାଇଁ ଏହି କ୍ଲାଉଡ୍‌ କିଚେନ୍‌ ଅତ୍ୟନ୍ତ ସୁବିଧାଦାୟକ। ଏହି କିଚେନ୍‌ରେ ଏବେ କଶ୍ମୀରର ୩ଟି ପାରମ୍ପରିକ ଖାଦ୍ୟ କଶ୍ମୀର ମଟନ ରୋଗନ୍‌ଯୋଶ୍‌, କଶ୍ମୀରୀ ମଟନ ରିଷ୍ଟା ଓ ସାଫ୍ରନ୍‌ ରାଇସ୍‌ ଉପଲବ୍ଧ ହେଉଛି।

ଏସବୁ ରାଜଧାନୀବାସୀଙ୍କ ମଧ୍ୟରେ ବେଶ୍‌ ଚାହିଦାରେ ରହିଥିବା ବେଳେ ପକେଟକୁ ସୁହାଇବା ଭଳି ଦର ରହିଛି। ଏଥିସହ କିଚେନ୍‌ରେ ମଟନ ଚାପ୍‌ଲି କବାବ୍‌, ମଟନ୍‌ ଗିଲାଫି ଶିଖ୍‌ କବାବ ଓ ରୁମାଲି ରୁଟି ଭଳି ଅୱଧୀ ଖାଦ୍ୟ ଏବଂ ବଟର୍‌ ଚିକେନ୍‌, ଦହି ମେଥି ଚିକେନ୍‌ ଓ ଡାଲ୍‌ ମଖ୍‌ନି ଭଳି ପଞ୍ଜାବୀ ଖାଦ୍ୟ ଉପଲବ୍ଧ ହେଉଛି।

ମ୍ୟାଜିକ୍‌ ପ୍ୟାନ୍‌ର ସତ୍ତ୍ବାଧିକାରୀ ମନୀଷା ପଣ୍ଡା କହିଛନ୍ତି, ବାହାରେ ବହୁତ ବର୍ଷ ବୁଲିବା ପରେ ଆମ ଭାରତୀୟ ଖାଦ୍ୟର ବିବିଧତା ଓ ସ୍ବତନ୍ତ୍ରତା ଜାଣି ମୋତେ ବେଶ୍‌ ଆଶ୍ଚର୍ଯ୍ୟ ଲାଗିଥିଲା। ମୋ ନିଜ ସହରରେ ଏସବୁ ଖାଦ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ମୁଁ କଶ୍ମୀର ଓ ପଞ୍ଜାବ ଯାଇ ନିଜେ ସେହି ସବୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଶିଖି ଆସିଛି। ଏଥିସହ ଅଭିଜ୍ଞ ଓ ତାଲିମ୍‌ପ୍ରାପ୍ତ ସେଫ୍‌ମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। କଶ୍ମୀରୀ ଓ ପଞ୍ଜାବୀ ଖାଦ୍ୟର କେବଳ ସ୍ବାଦ ନୁହେଁ ବାସ୍ନା ଓ ଲୁକ୍‌ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ତେବେ ଏସବୁ ଖାଦ୍ୟ ଆମେ ଲୋକଙ୍କ ପକେଟକୁ ସୁହାଇବା ଦାମ୍‌ରେ ଯୋଗାଇ ଦେଉଛୁ।

ମାତ୍ର ୪୦୦ ଟଙ୍କାରେ ଦୁଇ ଜଣ ପେଟ ପୂରା ଖାଇ ପାରି‌ବେ। ତେବେ ପଞ୍ଜାବୀ ଖାଦ୍ୟ ରାଜଧାନୀବାସୀଙ୍କ ପାଇଁ ନୂଆ ନୁହେଁ, କିନ୍ତୁ କଶ୍ମୀରୀ ଖାଦ୍ୟ ନୂଆ ହୋଇଥିବା ବେଳେ ରାଜଧାନୀବାସୀ ଏହାକୁ ଖୁବ୍‌ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏଣୁ ଧୀରେଧୀରେ କଶ୍ମୀରର ଅଧିକ ଆଇଟମ୍‌ ଆମେ ଓଡ଼ିଶାକୁ ଆଣିବାକୁ ଚାହୁଁଛୁ ବୋଲି ମନୀଷା କହିଛନ୍ତି। ଏଥିସହ ଆଗକୁ ଦେଶର ଆହୁରି ଅନେକ ରାଜ୍ୟର ଖାଦ୍ୟକୁ ସେ ନିଜ କିଚେନ୍‌କୁ ଆଣିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ତେବେ ଆଗ୍ରହୀ ଖାଦ୍ୟପ୍ରେମୀମାନେ ଏସବୁ ଖାଦ୍ୟକୁ ଜମାଟୋ ଓ ସ୍ବିଗି ସହ ମ୍ୟାଜିକ୍‌ ପ୍ୟାନ୍‌ର ନିଜ ନମ୍ବର ୯୮୨୭୯୦୩୩୩୯କୁ ଯୋଗାଯୋଗ କରି ଅର୍ଡର କରିପାରିବେ।

ସମ୍ବନ୍ଧିତ ଖବର