ଭୁବନେଶ୍ୱର: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ଭୁବନେଶ୍ବରରେ କୌଶଳ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଯାଇଛି। ଏହି ସମାରୋହରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳସଚିବ ସୁମିତ୍ରା ପଟ୍ଟନାୟକ, ଆଇଟିଆଇ ଅଧ୍ୟକ୍ଷା ଜିତମିତ୍ରା ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।
ଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତରୀୟ ଓ କଟକରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୌଶଳ ଦୀକ୍ଷାନ୍ତ ସମାରୋହ ଯଥାକ୍ରମେ ୨ଜଣ ଏବଂ ୬ଜଣ କୃତୀ ଛାତ୍ରଛାତ୍ରୀ ଯୋଗଦାନ କରି ସେମାନଙ୍କର ସାର୍ଟିଫିକେଟ ଗ୍ରହଣ କରିବା ସହ ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/80.jpg)