କ୍ୟାପିଟାଲ ହସ୍ପିଟାଲରେ ‘କାୟାକଳ୍ପ’ର ପ୍ରାକ୍ ଅନୁଶୀଳନ ଟିମ୍

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଆଜି ‘କାୟାକଳ୍ପ’ ପାଇଁ ପ୍ରାକ୍ ଅନୁଶୀଳନ ଟିମ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ଟିମ୍ ହସ୍ପିଟାଲର ସଫେଇ, ରେଜିଷ୍ଟ୍ରାରକୁ ଅନୁଶୀଳନ କରିଥିଲେ। ଏହି ଦୁଇ କ୍ଷେତ୍ର ପାଇଁ ୪୦ ଲେଖାଏଁ ମାର୍କ ରହିଥିବା ବେଳେ ମୌଖିକ ପାଇଁ ୨୦ ମାର୍କ ରହିଛି। ୧୦୦ ମାର୍କରୁ ହସ୍ପିଟାଲକୁ ୯୫ମାର୍କ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ଟିମ୍ ପରିଦର୍ଶନ କରିବା ପରେ ଆଗକୁ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଅନୁଶୀଳନ କରାଯିବ। ଏହି ଅନୁଶୀଳନ ଟିମ୍‌ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି। ‘କାୟାକଳ୍ପ’ରେ ହସ୍ପିଟାଲଗୁଡ଼ିକର ପରିସ୍କାର ପରିଚ୍ଛନ୍ନତା, ଚିକିତ୍ସା ସେବା ଇତ୍ୟାଦିକୁ ନେଇ ରୢାଙ୍କ ପ୍ରଦାନ କରାଯାଉଛି। ଏହି ଅନୁଯାୟୀ ସଂପୃକ୍ତ ହସ୍ପିଟାଲକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ‘କାୟାକଳ୍ପ’ରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିସାରିଛି।

ସମ୍ବନ୍ଧିତ ଖବର

Comments are closed.