୨୩ରେ ଭୁବନେଶ୍ୱର ଆସୁଛନ୍ତି କୈଳାସ ସତ୍ୟାର୍ଥୀ

ଭୁବନେଶ୍ୱର: ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଆସନ୍ତା ୨୩ତାରିଖରେ ଭୁବନେଶ୍ୱର ଆସୁଛନ୍ତି। ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ‘ଶିଶୁ ବିକାଶରେ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ତାଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ମୁଖ୍ୟ ନିର୍ବାଚନ କମିସନର୍‌ଙ୍କ ମୁଖ୍ୟ ଉପଦେଷ୍ଟା ଡ.ଭଗବାନ ପ୍ରକାଶ ମଧ୍ୟ ଏଥିରେ ଯୋଗ ଦେବେ। କାର୍ଯ୍ୟକ୍ରମରେ ସେ ଲୋକମାନଙ୍କ ସହିତ ଆଲୋଚନା କରିବେ। ମଧ୍ୟପ୍ରଦେଶରେ ବିଦିଶାରେ ଜନ୍ମିତ ଶ୍ରୀ ସତ୍ୟାର୍ଥୀ ଶିଶୁମାନଙ୍କ ପାଇଁ ‘ବଚପନ ବଚାଓ ଆନ୍ଦୋଳନ’ର ପ୍ରତିଷ୍ଠାତା। ଇତିମଧ୍ୟରେ ସେ ୮୬ହଜାର ଶିଶୁ ଶ୍ରମିକଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇପାରିଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସଂଗଠନର ସଭାପତି କିରଣ କୁମାର ସାହୁ ଓ ସଂପାଦକ ଶ୍ରୀନିବାସ ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର