ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା କ୍ଷେତ୍ରରେ ଶିକ୍ଷା ଦେଉଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘କ୍ୱେଷ୍ଟ୍ ବ୍ୟାଙ୍କିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍’ର ୧୧ତମ ବାର୍ଷିକ ଉତ୍ସବ ‘ଏକ୍ସପ୍ରେସନ୍ ୨୦୧୮’ ନାମଧାରୀ ଗାର୍ଡେନରେ ଅନୁଷ୍ଠିତ ହୋଇଛି। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଲେ, ଚାକିରି ବଜାର ସଂପ୍ରସାରିତ ହୋଇଛି। ଅନେକ ସମ୍ଭାବନା ବି ରହିଛି। କେବଳ ସମୟର ଉଚିତ ବିନିଯୋଗ କର। ଏହା ସଫଳତା ଆଣିଦେବ। ଏଥିସହ ସବୁବେଳେ ସମ୍ପର୍କର ରଜ୍ଜୁରେ ବାନ୍ଧି ହୋଇ ରୁହ। ରକ୍ତଦାନ ସମେତ ଭୋଟଦାନ ପ୍ରକ୍ରିୟାରେ ସାମିଲ୍ ହୁଅ ବୋଲି ସେ କହିଥିଲେ। ଜୀବନ ବୀମା ନିଗମ (ଏଲ୍ଆଇସି)ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦେଶିକା ସିନ୍ଧୁବାଳା ଚୌଧୁରୀ କହିଲେ, ପ୍ରଥମେ ନିଜକୁ ଚିହ୍ନ। ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କର। ନିଜ ପାଇଁ କିଛି କରିବା ସହ ସମାଜ ପାଇଁ କିଛି କର। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଲିଙ୍ଗରାଜ ମହାପାତ୍ର ପରିବର୍ତିତ ଦୁନିଆ ସହ ତାଳଦେଇ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ୟୁକୋ ବ୍ୟାଙ୍କ୍ର ଅବସରପ୍ରାପ୍ତ ଉପ ମହାପ୍ରବନ୍ଧକ ଅମୃତନାଥ ମହାନ୍ତି ନିଜର ବ୍ୟାଙ୍କିଙ୍ଗ୍ ଅଭିଜ୍ଞତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କହିଥିଲେ। ‘କ୍ୱେଷ୍ଟ୍’ର ଅଧ୍ୟକ୍ଷ ଚନ୍ଦ୍ରଭାନୁ ଭୂୟାଁ ଶିକ୍ଷାନୁଷ୍ଠାନର ସଫଳ ଯାତ୍ରା ସମ୍ପର୍କରେ କହିଥିଲେ। ଏହି ଅବସରରେ ୩୨୭ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
‘ସମୟର ଉଚିତ ବିନିଯୋଗ କର’
କ୍ୱେଷ୍ଟ୍ ବ୍ୟାଙ୍କିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ର ପକ୍ଷରୁ ‘ଏକ୍ସପ୍ରେସନ୍ ୨୦୧୮’
/sambad/media/post_attachments/wp-content/uploads/2018/08/m2-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)