ଭୁବନେଶ୍ୱର : ଗତକାଲି ୟୁନିଭରସିଟି ଲ’ କଲେଜର ପ୍ରବେଶିକା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ମଧ୍ୟାହ୍ନରେ ସଙ୍ଗଠନର ଛାତ୍ରମାନେ ଏକାଠି ହୋଇ କଲେଜ ସମ୍ମୁଖ ଫାଟକରେ ତଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ତାଲା ପକାଇବା ଫଳରେ ପାଠପଢ଼ା ବ୍ୟାହତ ହୋଇଥିଲା। ଛାତ୍ରଛାତ୍ରୀ କଲେଜ ଭିତରକୁ ପ୍ରବେଶ କରିପାରି ନ ଥିଲେ। ଏହାପରେ ଏବିଭିପିର ଛାତ୍ରନେତାମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରବେଶିକା ପରୀକ୍ଷାରେ ବ୍ୟାପକ କପି ହୋଇଛି। ତେଣୁ ପରୀକ୍ଷାକୁ ବାତିଲ୍ କରିବା ସହ ଆଉ ଥରେ ପରୀକ୍ଷା କରିବାକୁ ଦାବି କରାଯାଇଛି। ଯେଉଁ ଅଧ୍ୟାପକମାନେ କପି ଯୋଗାଇବାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏହାର ଅଧ୍ୟକ୍ଷ ରହିଛନ୍ତି।
ୟୁନିଭରସିଟି ଲ’ କଲେଜରେ ପ୍ରଶ୍ନପତ୍ର ଲିକ୍କୁ ନେଇ ତାଲା : ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି
/sambad/media/post_attachments/wp-content/uploads/2018/07/univer.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)