ଖଣ୍ଡଗିରି: ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନଠାରୁ ଆରମ୍ଭ ହୋଇଛି ବିଶ୍ବଶାନ୍ତି ମହାଯଜ୍ଞ। ପୀତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ନିଜ ଶିଷ୍ୟ ମାନଙ୍କ ସହିତ ଅପରାହ୍ଣ ୫ରୁ ଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ଜାରି ରହିବ। ଆୟୋଜକ କମିଟି ଉପଦେଷ୍ଟା ଦୀନବନ୍ଧୁ ଜେନା କହିଛନ୍ତି, ସକାଳ ୧୨ଟାରୁ ମା’ ବାରଭୁଜାଙ୍କ ପାଖରୁ କଳସ ଶୋଭାଯାତ୍ରା ବାହାରି ଜାଗମରା ବଡ଼ପୋଖରୀରୁ ଜଳଘଟ ଆହ୍ବାନ କରାଯାଇଥିଲା। ଏହା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଗାଁ ଭିତରୁ ନିଜ ଆସ୍ଥାନରୁ ବାହାରିଥିଲେ। ଘଣ୍ଟା, ଶଙ୍ଖ, ସଂକୀର୍ତ୍ତନ ମଧ୍ୟରେ ଅପରାହ୍ଣ ସାଢ଼େ ୪ଟାରେ ଖଣ୍ଡଗିରିସ୍ଥିତ ଅନନ୍ତ ଗୁମ୍ଫା ସମ୍ମୁଖ ସ୍ଥିତ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। ଅପରାହ୍ଣ ୫ଟାରେ ଅଗ୍ନି ସଂଯୋଗ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ଯଜ୍ଞକୁଣ୍ଡ ନିକଟସ୍ଥ ରତ୍ନବେଦୀସ୍ଥିତ ସିଂହାସନରେ ଜଗନ୍ନାଥ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିବେ। ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନ୍ୟ ସନ୍ଥମାନେ ଅଗ୍ନିକୁଣ୍ଡ ସ୍ଥାପନ କରି ଆହୁତି ଦେବା ସହିତ ନାମସଂକୀର୍ତ୍ତନ ଜାରି ରଖିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ରାମଚରିତ ମାନସ ଜାରି ରହିଛି। ସକାଳ ୮-୧୨ ଏବଂ ୨.୩୦-୬ଟା ପର୍ଯ୍ୟନ୍ତ ହେବ। କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ପ୍ରବଚନ କିମ୍ବା ଭଜନ ହେଉ ନାହିଁ। ପ୍ରତିଦିନ ସକାଳ ୪.୩୦ରୁ ୫ଟା ମଧ୍ୟରେ ମା’ ବାରଭୁଜାଙ୍କ ପ୍ରାର୍ଥନା କରୁଛନ୍ତି।
ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନ: ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ
/sambad/media/post_attachments/wp-content/uploads/2022/02/56465fs465h4hf65sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)