ଭୁବନେଶ୍ୱର: ଚଳିତ ବର୍ଷ ଖଣ୍ଡଗିରି ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ। ଖଣ୍ଡଗିରି ମେଳାକୁ ନେଇ ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଲୋକେ ଉତ୍ସାହିତ ଥିବା ବେଳେ ଚଳିତ ଥର ମଧ୍ୟ ଗତବର୍ଷ ଭଳି ମେଳାକୁ ମନା କରାଯାଇଛି। ସେହିପରି ଅପେରା, ଅସ୍ଥାୟୀ ଦୋକାନ-ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବାରଣ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଆଦେଶନାମା ଜାରି କରାଯାଇଛି।
ଖଣ୍ଡଗିରିରେ ମାଘ ସପ୍ତମୀ ମେଳାର ଆୟୋଜନ ପାଇଁ ଜାଗମରା ଗ୍ରାମ୍ୟ କମିଟି ପକ୍ଷରୁ ଅନୁମତି ମଗାଯାଇଥିଲ। କିନ୍ତୁ କୋଭିଡ-୧୯ର ୩ୟ ଲହର ଯୋଗୁଁ ସାମାଜିକ ଦୂରତା ପାଳନରେ ଲୋକଙ୍କ ଅବହେଳାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ମେଳା, ଯାତ୍ରା ଓ ଅପେରାକୁ ଅନୁମତି ଦିଆଯାଇ ନାହିଁ। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ମାଘ ସପ୍ତମୀ ମେଳା (ଖଣ୍ଡଗିରି ମେଳା) କେବଳ ମନ୍ଦିର ଭିତରେ ପାଳନ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/khandagiri-mela.jpg)