ରାଜଧାନୀର ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଠାବ, ୩ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

ଭୁବନେଶ୍ୱର: କମିସନରେଟ ପୁଲିସ ଶୁକ୍ରବାର ରାଜଧାନୀର ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଠାବ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକ ଗିରଫ କରିଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ପୁଲିସ ଏକ  ଆପାର୍ଟମେଣ୍ଟରେ ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ପୁଲିସ ୨ଟି କାର, ୩ ବାଇକ ସମେତ ଅନ୍ୟ ଆପତ୍ତିଜନକ ଜିନିଷ  ଜବତ କରିଛି।

ପୁଲିସ କହିଛି, କ୍ୟୁଏଟି ସହାୟତାରେ ଫୁଲ ପ୍ୟାଲେସ ଆପାର୍ଟମେଣ୍ଟରେ ଅପରାହ୍ନରେ ଚଢ଼ଉ କରାଯାଇଥିଲା। ଆପାର୍ଟମେଣ୍ଟର ୩ୟ ମହଲାରେ ସେକ୍ସ ରାକେଟ ଚାଲିଥିବା ଆମକୁ ସୂଚନା ମିଳିଥିଲା। ପଶ୍ଚିମବଙ୍ଗ ନିବାସୀ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସହିତ ଜଡ଼ିତ ପୁଲିସ ୩ ଜଣ ଗ୍ରାହକ- କେଶବ ସାହୁ (୩୦), ସନ୍ତୋଷ ସାହୁ (୩୫) ଏବଂ ଉମାଶଙ୍କର (୨୦)କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୦୦୦ ଟଙ୍କା, ୨ ଆଧାର କାର୍ଡ, ଗୋଟିଏ ଅଲ୍ଟୋକାର, ୨୦ଟି କୋଣ୍ଡମ, ଗୋଟିଏ ବୁଲେଟ ଏବଂ ୨ଟି ସ୍କୁଟି ଜବତ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଗୋପନରେ ସେକ୍ସ ରାକେଟ ଚାଲିଛି। ପୁଲିସକୁ କିଛି ସୂଚନା ମିଳୁଥିବା ବେଳେ କିଛି ଘଟଣା ସଂପର୍କରେ ପୁଲିସ ଜାଣିପାରୁ ନାହିଁ। ବେଆଇନ ଧନ୍ଦା ସହିତ ଜଡ଼ିତ କିଛି ଯୁବକ, ଯୁବତୀ ଅଥବା ଦଲାଲ ଏଥିରୁ ଭଲ ଟଙ୍କା ରୋଜଗାର କରୁଛନ୍ତି। ବେଳେ ବେଳେ ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ, ସେକ୍ସ ରାକେଟ ଧନ୍ଦା କରୁଥିବା ଲୋକେ ଏହି କାମରୁ ନିବୃତ୍ତ ରହୁ ନାହାନ୍ତି।

ସମ୍ବନ୍ଧିତ ଖବର