ଖଣ୍ଡଗିରି ଯାତ୍ରା: ୨ ଦିନ ପରେ ସାମିଲ୍‌ ହେବେ ୬ ଯାତ୍ରାଦଳ

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମଇଦାନରେ ଆଜି ସାମିଲ୍‌ ହୋଇ ଯାତ୍ରା ପରିବେଷଣ କରିଛି ରଙ୍ଗମହଲ। ‘ଅଧେ ତୋ‌ର, ଅଧେ ମୋର’ ନାଟକ ଦେଖିବାକୁ ଆଜି କେସିଏ ପଡ଼ିଆରେ ‌ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ‌ ହୋଇଥିଲା। ସେହିପରି ମହତାବ ପେଣ୍ଡାଲ୍‌ରେ ‘ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା’ ଦର୍ଶକଙ୍କ ମନ ଜିଣିଚାଲିଛି। ବିଶେଷକରି ମହତାବ ପେଣ୍ଡାଲ୍‌ରେ ଚିତ୍ତାକର୍ଷକ ନୃତ୍ୟ ଦେଖିବାକୁ ବେଶ୍‌ ଆଗ୍ରହ ପରିଲକ୍ଷିତ ହେଉଛି। ମେଲୋଡ଼ି ମଧ୍ୟ ଦର୍ଶକଙ୍କ ମନ ଜିଣୁଛି। ଆଜିଠୁ ୫ଟି ଯାତ୍ରା ଦଳ ନାଟକ ପରିବେଷଣ କରିଛନ୍ତି। ‌ପ୍ରଥମ ପର୍ଯ୍ୟାୟ ଯାତ୍ରା ଆଉ ୨ ଦିନ ପରେ ଶେଷ ହେବାକୁ ଯାଉଛି। ତେଣୁ ୨ କିମ୍ବା ୩ ଯାତ୍ରା ଆୟୋଜକ କମିଟି ଯାତ୍ରା ବଦଳାଇବା ନେଇ ଚିନ୍ତା କରିଛନ୍ତି। ତେଣୁ ଶେଷରେ ନୂଆ ନାଟକ ଭେଟି ଦେଇ ପ୍ରଥମ ପର୍ଯ୍ୟାୟ ଯାତ୍ରା ଦଳ ବିଦାୟ ନେବେ ବୋଲି ସୂଚନା ମିଳିଛି। ଆଉ ଦୁଇଦିନ ପରେ କୋଣାର୍କ ଯାତ୍ରାଶ୍ରୀ ବିଶ୍ବଦରବାର, ଇନ୍ଦ୍ରମହଲ, ତୁଳସୀ, କଳିଙ୍ଗ, ସଚ୍ଚିଦାନନ୍ଦ, କୋଣାର୍କ ଭଳି ୬ଟି ଯାତ୍ରା ଦଳ ଯାତ୍ରା ମଇଦାନରେ ଯୋଗଦେବେ।

ସମ୍ବନ୍ଧିତ ଖବର