ସାଧୁସନ୍ଥଙ୍କ ପାଇଁ ଆଲୁଅ ଲାଗିଲା; ‌ଶୌଚାଳୟ ଖୋଲିଲା, ପାଣିଟାଙ୍କି ବି ମରାମତି ହେଲା

ପାଣିଟାଙ୍କି ବି ମରାମତି ହେଲା

ଖଣ୍ଡଗିରି: ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହେବାର ଦୁଇ ଦିନ ପରେ ଆଜି ବିଏମ୍‌ସି ପକ୍ଷରୁ ଆଲୋକୀକରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏକତ୍ରିତ ସାଧୁମାନଙ୍କ ରହଣିସ୍ଥାନରୁ ଆରମ୍ଭ କରି ଧୂନି ଓ ଜପତପ ପାଇଁ ଖଣ୍ଡଗିରିର ପ୍ରବେଶ ପଥରୁ ଆରମ୍ଭ କରି ବାରଭୁଜା ପୀଠ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସ୍ଥାନରେ ଲାଇଟ୍ ଲଗାଯାଇଛି। ଏଥି ସହିତ ସାଧୁମାନେ ନିତ୍ୟକର୍ମ ସାରିବା ପାଇଁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ନିର୍ମିତ ଶୌଚାଳୟକୁ ଖୋଲାଯିବା ସହ ପାଣିଟାଙ୍କିକୁ ମରାମତି କରାଯାଇଛି। ଏହି ବ୍ୟବସ୍ଥା ପରେ ମେଳାକୁ ଆ‌ସିଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ପ୍ରକାଶ କରିଛନ୍ତି।

କୁମ୍ଭମେଳାରେ ଏକତ୍ରିତ ହୋଇଥିବା ସାଧୁମାନେ ଖଣ୍ଡଗିରିରେ ସାମାନ୍ୟତମ ମୌଳିକ ସୁବିଧା ପାଉନଥିବା ଖବର ଗତକାଲି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପୂର୍ବତନ କର୍ପୋରଟର୍ ଅଶ୍ବିନୀ ସୁନ୍ଦରାୟ ବିଏମ୍‌ସି ସହ ଯୋଗାଯୋଗ କରି ସାଧୁଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ବାରଭୁଜା ପୀଠ ପକ୍ଷରୁ ସାଧୁମାନଙ୍କୁ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇଛି। ଏ ନେଇ ମେଳ‌ାକୁ ଆସିଥିବା ହରିଓମ୍ ବାବା ସାଧୁଙ୍କ ରହଣି ପାଇଁ ସମ୍ବାଦ ଖବର ପ୍ରକାଶ କରିବା ପରେ ଆଲୋକ ଓ ଜଳ ବ୍ୟବସ୍ଥା ହୋଇଛି। ଏଥିପାଇଁ ‌ସେ ‘ସମ୍ବାଦ’କୁ ଧନ୍ୟବାଦ ଦେବା ଦେଇଛନ୍ତି।

ସମ୍ବନ୍ଧିତ ଖବର