ଭୁବନେଶ୍ବର : ନିର୍ମାଣ ହେବା ଦିନରୁ ବିବାଦରେ ଥିବା ଖାରବେଳ ଭବନ ପାଇଁ ପୂର୍ତ୍ତ ବିଭାଗ ଏବେ ଖର୍ଚ୍ଚର ତାଲିକା ବଢ଼ାଇବାରେ ଲାଗିଛି। ନିୟମିତ ରକ୍ଷଣାବେକ୍ଷଣ ବାବଦକୁ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ଏଥିରେ ଆଉ ୬୪ଲକ୍ଷ ଯୋଡ଼ି ହୋଇଯାଇଛି।
ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (କୋଠା)ଙ୍କ ଓଏସ୍ଡି ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ୨୦୨୨-୨୩ ଆର୍ଥିକ ବର୍ଷରେ ଖାରବେଳ ଭବନର ବାର୍ଷିକ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୬୩ଲକ୍ଷ ୯୪ହଜାର ୮୩୫ ଟଙ୍କା ପାଇଁ ପ୍ରଶାସନିକ ଅନୁମତି ମାଗିଛନ୍ତି।
/sambad/media/post_attachments/wp-content/uploads/2019/08/kharavel-bhawan-1.jpg)
ଏଥିରେ ୨୦୨୨-୨୩ରେ ଖାରବେଳ ଭବନ ପରିସରରେ ଲାଗିଥିବା ୬୩ଟି ସିସିଟିଭିର ରକ୍ଷଣାବେକ୍ଷଣ ପାଇଁ ୨,୫୩,୪୨୧ଟଙ୍କା, ୭ଟି ଲିଫ୍ଟ ପାଇଁ ୧୧,୯୪,୬୩୨ଟଙ୍କା, ଏସିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୫,୭୯,୪୯୮ଟଙ୍କା, ୮୯୦ ଏଚ୍ପି ଭିଆର୍ଏଫ୍ ଏସି ପ୍ଲାଣ୍ଟ ସହ ବର୍ଷେ ପର୍ଯ୍ୟନ୍ତ ଜଣେ କୁଶଳୀ ଏବଂ ଜଣେ ଅଣକୁଶଳୀ କର୍ମଚାରୀ ଯୋଗାଇବା ପାଇଁ ୪୩,୬୭,୨୮୪ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଯେଉଁଥିପାଇଁ ଯେତେ ଅର୍ଥ ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି ତାହାକୁ ନେଇ ସନ୍ଦେହ ଉପୁଜିଛି।
ସୂଚନାଯୋଗ୍ୟ ଯେ, ଖାରବେଳ ଭବନକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବାକୁ ବାରମ୍ବାର ଚିଠି କରାଯାଉଥିଲେ ବି ପୂର୍ତ୍ତ ବିଭାଗ ଏହାକୁ ହସ୍ତାନ୍ତର କରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/kharavela-bhawan.jpg)