ଖାରବେଳ-କଳିଙ୍ଗନଗର ରୋଟାରି କ୍ଲବ୍‌ର ପଞ୍ଚମ ଅଧିଷ୍ଠାନ ଦିବସ

ଭୁବନେଶ୍ବର: ଖାରବେଳ-କଳିଙ୍ଗନଗର ରୋଟାରି କ୍ଲବ୍‌ର ପଞ୍ଚମ ଅଧିଷ୍ଠାନ ଶ୍ୟାମପୁର କଳିଙ୍ଗ ବିଦ୍ୟାପୀଠ ସଭାଗୃହରେ ପାଳିତ ହୋଇଯାଇଛି। କ୍ଲବର ପୂର୍ବତନ ସଭାପତି ଗୋକୁଳ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ପୁଷ୍ପରାଜ ସାମନ୍ତସିଂହାର ଏବଂ ସମ୍ମାନିତ ଅତିଥି ଭାବେ ଉପପ୍ରାନ୍ତପାଳ ଶୁଭ୍ରାଂଶୁ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମନ୍ତସିଂହାର ସ୍ବାସ୍ଥ, ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ଏହା ସହିତ ସମ୍ ହସ୍ପିଟାଲ ଗୋଲେଇ ଛକରୁ ଆୟୁର୍ବେଦ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯିବାକୁ ନିଷ୍ପତି ନିଆଯାଇଥିଲା ଏବଂ କ୍ଲବର ସଦସ୍ୟତା ଗ୍ରହଣ କରିଥିଲେ। ସମ୍ବାଦରୁ ସୁରଜ କୁମାର ମଲ୍ଲିକ, ପ୍ରମେୟରୁ ରାମଜୀବନ ଗୋଚ୍ଛାୟତ ଓ ଓଡ଼ିଶା ଏକ୍ସପ୍ରେସ୍‌ରୁ ପ୍ରଦୀପ୍ତ ଦାସଙ୍କୁ ସାମ୍ବାଦିକତାର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ସେହିଭଳି ନେତାଜୀ ଜୟନ୍ତୀରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ପୂର୍ବତନ ପ୍ରାନ୍ତପାଳ ସମ୍ବର୍ଦ୍ଧନା କରିଥିଲେ ଏବଂ ଇଂ ଏଏସଏନ ପାତ୍ରଙ୍କୁ କ୍ଲବର ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମାର୍ଗଦର୍ଶକ ଶିବବ୍ରତ ଦାଶ, ଯାଜ୍ଞଶିଷ ମହାପାତ୍ର, ଜିଲ୍ଲା ପରିବେଶ କମିଟି ମୁଖ୍ୟ ପ୍ରଶାନ୍ତ ମିଶ୍ର, ଜିଲ୍ଲା ବୃକ୍ଷରୋପଣ କାର୍ଯ୍ୟକ୍ରମର ମୁଖ୍ୟ ସୁବାସ ଚନ୍ଦ୍ର ସାହୁ, ପୂର୍ବତନ ସଭାପତି ସରୋଜକାନ୍ତ ମହାନ୍ତି, ଭୁବନେଶ୍ବର କ୍ଲବର ମମତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ସ୍ବାଇଁ ଓ ଦିଲ୍ଲୀପ କୁମାର ଜେନା ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର