ପ୍ରାୟ ଅଧିକାଂଶ ଲୋକ ଚାଟ୍ ଖାଇବାକୁ ପସନ୍ଦ କରନ୍ତି। ଦୋକାନରେ ସଜା ହୋଇ ରହିଥିବା ଚାଟ୍କୁ ଦେଖିଲେ ଏମିତି ବି ପାଟିରୁ ଲାଳ ଚାଲି ଆସେ। କିନ୍ତୁ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ହରି ଭାଇଙ୍କ ଚାଟ୍ର ସ୍ୱାଦ ଓ ପରଷିବାର ଢଙ୍ଗ ଟିକେ ନିଆରା। ହରିଶ୍ ଚନ୍ଦ୍ର ସାହୁଙ୍କ ଖଟାମିଠା ଚାଟ୍ ବେଶ୍ ଜଣାଶୁଣା। ଦୀର୍ଘ ବର୍ଷ ଧରି ମାଷ୍ଟରକ୍ୟାଣ୍ଟିନ ତାରିଣୀ ମନ୍ଦିର ପାଖରେ ଏକ ନିଆରା ଗାଡ଼ିରେ ସେ ଚଳାଇଛନ୍ତି ତାଙ୍କର ଚାଟ୍ ବ୍ୟବସାୟ। ଛେଚା ମସଲା ସାଙ୍ଗକୁ ଘର ତିଆରି ମସଲା ତାଙ୍କ ଚାଟ୍ର ସ୍ୱାଦକୁ ବଢ଼ାଇ ଦେଇଥାଏ।। ଚାଟ୍କୁ ସୁନ୍ଦର ଓ ଲାଲ ରଙ୍ଗରେ ସଜାଇବା ପାଇଁ ସେ କୌଣସି ରଙ୍ଗର ବ୍ୟବହାର କରନ୍ତି ନାହିଁ। ଲୋକମାନେ ସନ୍ଧ୍ୟାରେ ତାଙ୍କ ଖଟାମିଠା ଚାଟ୍ ଖାଇବା ପାଇଁ ଏଠାରେ ଭିଡ଼ ଲଗାନ୍ତି। ସେ କୁହନ୍ତି, ଆଜିକାର ଭେଜାଲ ଦୁନିଆରେ ଯଦି ଲୋକଙ୍କୁ କିଛି ଭଲ ଖାଇବାକୁ ଦେଇ ପାରିବି ତାହାଲେ ମୋ ଜୀବନ ସାର୍ଥକ ହେବ। ତାଙ୍କ ଦୋକାନ ନାଁ ସେ ରଖିଛନ୍ତି ଚାଟ୍ ମାଷ୍ଟର। ନାଁ ଯେମିତି ଚାଟ୍ର ସ୍ୱାଦ ମଧ୍ୟ ସେମିତି। ଆପଣ ଭାବୁଥିବେ ଏହାର ଦାମ ମଧ୍ୟ ସେମିତି ଥିବ। ମାତ୍ର ଅନ୍ୟମାନଙ୍କ ଭଳି ତାଙ୍କ ଚାଟ୍ର ଦର ବିଲ୍କୁଲ୍ ସମାନ।
ହରି ଭାଇଙ୍କ ଖଟାମିଠା ଚାଟ୍
/sambad/media/post_attachments/wp-content/uploads/2018/03/b6-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)