ଖୋର୍ଦ୍ଧା ଜେଲରେ ନିଶା କାରବାର ମାମଲା : ୪ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର : ଖୋର୍ଦ୍ଧା ସବ୍‌ଜେଲରେ ବ୍ରାଉନସୁଗାର କାରବାର ଘଟଣାର ଭିଡିଓ ଭାଇରାଲ୍ ପରେ ଜେଲ ବିଭାଗର ତନାଘନା। ଜେଲକୁ ନିଶାଦ୍ରବ୍ୟ ଚାଲାଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମୁଖ୍ୟ ଵାର୍ଡର ଓ ଅନ୍ୟ ଦୁଇ ଵାର୍ଡରଙ୍କୁ ବଦଳି କରାଯାଇଥିବା ବେଳେ ତତ୍କାଳୀନ ସବ୍ ଆସିଷ୍ଟାଣ୍ଟ ଜେଲରଙ୍କ ବିରୋଧ‌ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଖୋର୍ଦ୍ଧା ପୁଲିସ ତଦନ୍ତ ଜାରି ରଖିଛି। ଖୋର୍ଦ୍ଧା ସବ୍‌ଜେଲରେ ବ୍ରାଉନସୁଗାର କାରବାର ନେଇ ଗତ ୬ ତାରିଖରେ ଭିଡିଓ ଭାଇରାଲ୍ ହୋଇଥିଲା। ଏହା ପରେ ଜେଲରେ ଖୋର୍ଦ୍ଧା ପୁଲିସ ଚଢ଼ଉ କରିଥିଲା। ଜେଲର ୫ ନମ୍ବର ଵାର୍ଡ ଭିତରେ ଏହି କାରବାର ଚାଲୁଥିବା ଜଣାପଡ଼ିଥିଲା। ଜେଲ ଭିତରକୁ କେମିତି ନିଶାଦ୍ରବ୍ୟ ଗଲା, କେଉଁ କର୍ମଚାରୀ ଏଥିଲେ ସାମିଲ ଥିଲେ, କଏଦୀଙ୍କ ପାଖରେ କିଏ ନେଇ ବ୍ରାଉନସୁଗାର ପହଞ୍ଚାଉଥିଲା ସେ ସମ୍ପର୍କରେ ଜେଲ ବିଭାଗ ପକ୍ଷରୁ ତଦନ୍ତ ପରେ ପ୍ରମାଣ ମିଳିଥିଲା।

ସମ୍ବନ୍ଧିତ ଖବର