ଜଟଣୀ: ପୂର୍ବତଟ ରେଳବାଇ ରେଳ ସ୍ପୋର୍ଟସ୍ ଆସୋସିଏସନ୍ ଖୋର୍ଦ୍ଧାରୋଡ୍ ପକ୍ଷରୁ ଚାଲିଥିବା ୯ ଦିନିଆ ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟୁତ୍(ସାମାନ୍ୟ ଓ ଟ୍ରାକ୍ସନ) ବିଭାଗ ଏବଂ ଇଲେକ୍ଟ୍ରିକ୍ ଲୋକୋ ସେଡ୍ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବିଦ୍ୟୁତ୍ ବିଭାଗ ବିଜୟୀ ହୋଇଛି। ଏହି ପ୍ରତିଯୋଗିତାରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୨ଟି ବିଭାଗ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ରିଙ୍କେଶ ରୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Advertisment

ବିଦ୍ୟୁତ୍ ବିଭାଗର ଆଇଏସ୍‌ ଗିରିଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଏବଂ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତଟ ରେଳମଣ୍ଡଳ ମହିଳା କଲ୍ୟାଣ ସଂଗଠନ ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ, ପୂର୍ବତଟ ରେଳ ମହିଳା କଲ୍ୟାଣ ସ°ଗଠନର ସଦସ୍ୟ, ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳର କ୍ରୀଡ଼ା ଅଧିକାରୀ ହିମାଦ୍ରି ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ପରିଚାଳିତ ଏହି ପ୍ରତିଯୋଗିତାକୁ କ୍ରୀଡ଼ା ସଚିବ ମହମ୍ମଦ ଜାକିରୁଦ୍ଦିନ୍‌ ଓ ଖୋର୍ଦ୍ଧାରୋଡ୍ କ୍ରୀଡ଼ା ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ।