ଭୁବନେଶ୍ବର: ଖୋର୍ଧା ରୋଡ୍ ଡିଭିଜନ୍ ଅନ୍ତର୍ଗତ ଭୁବନେଶ୍ବର ରେଳ ଷ୍ଟେସନ୍ରେ ହଜି ଯାଇଥିବା ଟଙ୍କା ଓ ସୁନା ଗହଣା ଥିବା ଭ୍ୟାନିଟି ପାଇବା ପରେ ଉକ୍ତ ମହିଳାଙ୍କୁ ଫେରାଇ ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି କାର୍ଯ୍ୟରତ ଟିଟି। ଗୁରୁବାର ସକାଳ ୬ଟାରେ ଖୋର୍ଧାରୋଡ୍ ଷ୍ଟେସନ୍ଠାରେ ଜୁନାଗଡ଼ରୁ ଭୁବନେଶ୍ବର ଯାଉଥିବା ଗାଡ଼ି ସଂଖ୍ୟା ୧୮୪୩୮ ସାଧାରଣ ବଗିରେ ଯାତ୍ରା କରୁଥିବା ବେଳେ ଚଳନ୍ତା ଗାଡ଼ିରୁ ଜଣେ ମହିଳାଙ୍କ ଭ୍ୟାନିଟ ବ୍ୟାଗ୍ଟି ପ୍ଲାଟଫର୍ମ ଉପରେ ଖସି ପଡ଼ିଥିଲା। ସେଥିରେ ଟଙ୍କା, କାନଫୁଲ, ମଙ୍ଗଳସୂତ୍ର ସହ ଜରୁରି କାଗଜପତ୍ର ରହିଥିଲା। ସୌଭାଗ୍ୟବଶତଃ କାମ ସାରି ଫେରିବା ବେଳେ ସିଟିଆଇ ତଥା ଶ୍ରମିକ କଂଗ୍ରେସ ଶାଖା ସମ୍ପାଦକ ଏଲ୍.ଡି ମହାନ୍ତିଙ୍କ ନଜରରେ ଏହା ଉପରେ ପଡ଼ିଥିଲା। ଶ୍ରୀ ମହାନ୍ତି ବ୍ୟାଗ୍ଟିକୁ ପାଇ ଭ୍ୟାନିଟରୁ ଯାତ୍ରୀଙ୍କ ଆଧାରକାର୍ଡରୁ ନାମ ସଂଗ୍ରହ କରି ଭୁବନେଶ୍ବର ରେଳ ଷ୍ଟେସନ୍ରେ କାର୍ଯ୍ୟରତ ବରିଷ୍ଠ ଟିସି ଶ୍ରାବଣୀଙ୍କୁ ଫୋନ୍ରେ ସମସ୍ତ ଘଟଣା ଜଣାଇଥିଲେ। ସମ୍ପୃକ୍ତ ଗାଡ଼ିଟି ଷ୍ଟେସନ୍ରେ ଲାଗିବା ପରେ ଷ୍ଟେସନ୍ରେ ଲାଗିଥିବା ଡାକବାଜି ଯନ୍ତ୍ରରେ ଉକ୍ତ ମହିଳାଙ୍କ ନାମ ସହ ତାଙ୍କ ଭ୍ୟାନିଟ ମିଳିଛି ବୋଲି ଘୋଷଣା କରିବାକୁ କହିଥିଲେ। ଉପସ୍ଥିତ ବୁଦ୍ଧି ପାଇଁ ଜୁନାଗଡ଼ ନିବାସୀ ରୁପା ବରାଳ ତାଙ୍କ ଭ୍ୟାନିଟ ଫେରି ପାଇଥିଲେ।
ଖୋର୍ଧା ରୋଡ୍ ରେଳ ଷ୍ଟେସନ୍, ଟଙ୍କା ଓ ସୁନା ଥିବା ଭ୍ୟାନିଟି ପାଇ ଫେରାଇଲେ ଟିଟି
/sambad/media/post_attachments/wp-content/uploads/2019/07/railway-recruitment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)