ଭୁବନେଶ୍ବର: ନାବାଳିକାଙ୍କୁ ପ୍ରେମ ପାଲରେ ଫସାଇବା। ପରେ ଅପହରଣ କରି ଦୁଷ୍କର୍ମ କରିବା। ଏଭଳି ଏକ ଘଟଣାର ୨ବର୍ଷ ପରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପୁରୀଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ବଂଶୀଧର ବେହେରା(୨୮)। ନାବାଳିକାଙ୍କ ମା’ଙ୍କୁ ନିଜ ଅଟୋରେ ନେବା ଆଣିବା କରିବା ମଧ୍ୟରେ ବଂଶୀଧରର ପରିଚିତ ହୋଇଥିଲା। ନାବାଳିକାଙ୍କୁ ଏକତରଫା ଭାବେ ଭଲପାଇବା ସହ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ନାବାଳିକାଙ୍କୁ ଫସାଇବା ପରେ ଗତ ୨୦୨୩ ମସିହା ନଭେମ୍ବର ୧୪ ତାରିଖରେ ଅପହରଣ କରି କୋରାପୁଟ ନେଇଯାଇଥିଲା। ସେଠାରେ ୧୩ ଦିନର ରଖି ଦୁଷ୍କର୍ମ କରିବା ପରେ ଡିସେମ୍ବର ୧ ତାରିଖରେ ନାବାଳିକାଙ୍କୁ ତାଙ୍କ ଘର ନିକଟରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp