ପୁରୁଣା ଭୁବନେଶ୍ୱର : ଫେସ୍ବୁକ୍ରୁ ପରିଚୟ। ମେସେଜ୍ ଦିଆନିଆ। ଆଉ ତା’ପରେ ଗଢ଼ି ଉଠିଲା ପ୍ରେମ। ଏହା ପରେ ନାବାଳିକାକୁ ଫୁସୁଲାଇ ଅପହରଣ ସହ ଅସଦାଚରଣ। ଏପରି ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ନାବାଳିକାକୁ ଢେଙ୍କାନାଳରୁ ଉଦ୍ଧାର କରିଥିବାବେଳେ ଅପହର୍ତ୍ତାକୁ ଗିରଫ କରିଛି। ଉଦ୍ଧାର ନାବାଳିକାକୁ ସଟ୍ ଷ୍ଟେ ହୋମ୍ରେ ଛଡ଼ାଯାଇଛି। ଗିରଫ ଯୁବକ ହେଲା ଢେଙ୍କାନାଳ ଆନନ୍ଦ ବଜାର ରିଗିଡ଼ି ସାହିର ଲକି ଓରଫ ଲକ୍ଷ୍ମୀଧର ସାହୁ(୩୨)। ପୁଲିସ ସୂଚନା ଅନୁଯାୟୀ ଏୟାରପୋର୍ଟ ଥାନା ଅଞ୍ଚଳର ଉକ୍ତ ନାବାଳିକାକୁ ଲକି ଫେସ୍ବୁକ୍ ମାଧ୍ୟମରେ ପ୍ରେମ ଜାଲରେ ଫସାଇ ପ୍ରଲୋଭିତ କରି ନିଜ ଗ୍ରାମକୁ ନେଇଯାଇଥିଲା। ଏ ନେଇ ନାବାଳିକାର ପରିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମୋବାଇଲ୍ ଟ୍ରାକ୍ କରି ଲକିକୁ ଗିରଫ କରିଥିଲା।
ଫେସ୍ବୁକ୍ ପ୍ରେମରୁ ଅପହରଣ, ଅଭିଯୁକ୍ତ ଗିରଫ, ନାବାଳିକା ଉଦ୍ଧାର
/sambad/media/post_attachments/wp-content/uploads/2021/08/arrest-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)