ଭୁବନେଶ୍ବର: ଆଇଗିଣିଆ ଫୁଲେଶ୍ବରୀ ବସ୍ତିର ରାହୁଳ ତରାଇଙ୍କୁ ତା’ର କିଛି ସାଙ୍ଗ ଅପହରଣ କରି ୫୦ ହଜାର ଟଙ୍କା ଦାବି କରୁଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ରାହୁଳଙ୍କ ମା’ ଶୈଳ ଅଭିଯୋଗରେ ଦର୍ଶାଇଛନ୍ତି। ଶୈଳଙ୍କ ଏତଲା ମୁତାବକ ଗଂଜାମ ଖଲ୍ଲିକୋଟ ଅଞ୍ଚଳରୁ ଆସି ତାଙ୍କ ପରିବାର ଦୀର୍ଘ ଦିନ ହେବ ଫୁଲେଶ୍ବରୀ ବସ୍ତିରେ ରହୁଛନ୍ତି। ତାଙ୍କ ବଡ଼ପୁଅ ରାହୁଳ ଗତ ଅଗଷ୍ଟ ୧ତାରିଖରେ ଘର ଛାଡ଼ି କେଉଁଆଡ଼େ ପଳାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାହୁଳ ଜଣେ ଯୁବତୀଙ୍କୁ ଭଲ ପାଉଥିବାରୁ ତା’ ସହିତ କେଉଁଆଡ଼େ ପଳାଇଛି ବୋଲି ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକେ ରାହୁଳର କିଛି ସାଙ୍ଗଙ୍କୁ ପଚାରିଥିଲେ। ରାହୁଳର ଦୁଇ ସାଙ୍ଗ ଅନନ୍ତ ଓ ଉଲ୍ଲାସ ପରିବାର ଲୋକଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ସେମାନେ ଆଉ ରାହୁଳକୁ ପାଇବେ ନାହିଁ ବୋଲି ସିଧାସଳଖ ଧମକ ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସାଙ୍ଗର ମୁଣ୍ଡଜାମିନ ରଖି ୫୦ ହଜାର ଦାବି
/sambad/media/post_attachments/wp-content/uploads/2022/01/kidnapped-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)