ଯୁବକଙ୍କୁ ଅପହରଣ ଘଟଣା: ବାହାର ରାଜ୍ୟକୁ ଯିବ ପୁଲିସ

ବାଲିପାଟଣା: ବାଲିପାଟଣା ଅଞ୍ଚଳର ମନୋଜ ରାଉତରାୟ ଓରଫ ଶିବୁନି ଅପହରଣ ମାମଲାରେ ତତ୍ପର ହୋଇଛି ପୁଲିସ। ଖୁବଶୀଘ୍ର ପୁଲିସର ଏକ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ମୁଣ୍ଡ ଜାମିନ ଥିବା ଶିବୁନି ଜରିଆରେ ଅପହର୍ତ୍ତା ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ୫୦ ହଜାର ଟଙ୍କା ମାଗିଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ ଶିବୁନିଙ୍କ ଫୋନରୁ ‌ଅପହର୍ତ୍ତା ୫୦ ହଜାର ଟଙ୍କା ଦେଲେ ତାଙ୍କୁ ଛାଡ଼ି ଦିଆଯିବ ବୋଲି ଫୋନ କରି କହିଥିଲେ। ତା’ପର ଠାରୁ ଶିବୁନିଙ୍କ ଫୋନ ବନ୍ଦ ଅଛି। ଅପରପକ୍ଷରେ ଦିନେ ୨ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୧୪ତାରିଖ ସଂଧ୍ୟାରେ ଏକ ଧଳାରଙ୍ଗର କାର୍‌ରେ ୪ଜଣ ଯୁବକ ପହଞ୍ଚି ଶିବୁନି ଓ ପାଖରେ ଛିଡ଼ା ହୋଇଥିବା କାହ୍ନୁଙ୍କୁ ଅପହରଣ କରି ନେଇଥିଲେ।

ସମ୍ବନ୍ଧିତ ଖବର