ଭୁବନେଶ୍ୱର : ନାବାଳିକାକୁ ଅପହରଣ ଅଭିଯୋଗରେ ଫେରାର ଅପହର୍ତ୍ତାକୁ ଦୀର୍ଘ ୫ ବର୍ଷ ପରେ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତ ଲୁଚାଇ ରଖିଥିବା ନାବାଳିକାକୁ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ହେଉଛି, ନୂଆପଲ୍ଲୀ ସାଲିଆସାହି ନୀଳଚକ୍ରନଗରର ରହୁଥିବା ନୟାଗଡ଼ ଓଡ଼ଗାଁର ନୀଳକଣ୍ଠ ବାରିକ। ନାବାଳିକାଙ୍କର ବୟାନ ରେକର୍ଡ କରାଯାଇଥିବା ବେଳେ ପୁଲିସ ଉଭୟଙ୍କ ଡାକ୍ତରୀମାଇନା କରିଛି।
ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ନୀଳକଣ୍ଠ ହିମାଚଳପ୍ରଦେଶରେ ଏକ କମ୍ପାନିରେ ଚାକିରି କରେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ନାବାଳିକା ରୁହନ୍ତି। ନୀଳକଣ୍ଠ ନାବାଳିକାର ଦାଦାଙ୍କ ସାଙ୍ଗ। ଘରକୁ ଯିବା ଆସିବା ବେଳେ ନୀଳକଣ୍ଠ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା। ୨୦୧୫ ମସିହାରେ ସେ ନାବାଳିକାକୁ ଉଠାଇ ଆଣି ଭୁବନେଶ୍ୱରରେ ରଖିଥିଲା। କିଛି ଦିନ ସାଲିଆସାହିରେ ରଖିବା ପରେ ହିମାଚଳ ପ୍ରଦେଶ ନେଇ ଯାଇଥିଲା। ଏ ନେଇ ନାବାଳିକାର ପରିବାର ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ହିମାଚଳରେ ରହୁଥିବା ନୀଳକଣ୍ଠ ଗତ ରାତିରେ ସାଲିଆସାହି ଫେରିଥିଲା। ଖବର ପାଇ ପୁଲିସ୍ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/904650-503197-arrest.jpg)