ଭୁବନେଶ୍ୱର : ଏକ ୭ ବର୍ଷ ବୟସ ଶିଶୁର କିଡ୍ନି ପ୍ରତିରୋପଣ କରି ଇତିହାସ ସୃଷ୍ଟି କରିଛନ୍ତି କଳିଙ୍ଗ ହସ୍ପିଟାଲ୍ର ଡାକ୍ତରମାନେ। ଖୋର୍ଧା କୁହୁଡ଼ି ଗ୍ରାମର ଗରିବ ଚାଷୀ ଦମ୍ପତିଙ୍କ ଏକମାତ୍ର ପୁଅର ୨ଟି କିଡ୍ନି ଖରାପ ହୋଇଯାଇଥିଲା। ଶିଶୁଟିର ଓଜନ ମାତ୍ର ୧୩ କିଗ୍ରା ଥିଲା। କିଡ୍ନି ପ୍ରତିରୋପଣ ପାଇଁ ଅନ୍ୟ ହସ୍ପିଟାଲ୍ଗୁଡ଼ିକ ମନା କରି ଦେଇଥିଲେ। ଶେଷରେ କଟକ ଶିଶୁ ଭବନର କିଡ୍ନି ବିଶେଷଜ୍ଞ ଡାକ୍ତର ସୁବଳ ପ୍ରଧାନଙ୍କ ପରାମର୍ଶ କ୍ରମେ ଓ କଟକର ସ୍ୱାମୀ ଆଦ୍ୟାନନ୍ଦ ସରସ୍ୱତୀଙ୍କ ଆର୍ଥିକ ସହାୟତାରେ ଶିଶୁଟି କଳିଙ୍ଗ ହସ୍ପିଟାଲ୍ ଆସିଥିଲା। କିଡ୍ନି ବିଶେଷଜ୍ଞ ଡା. ମାନସ ରଂଜନ ପ୍ରଧାନ ଓ ଡା. ସାଇପ୍ରସାଦ ସାହୁଙ୍କ ନେତୃତ୍ୱରେ ଗତମାସରେ କିଡ୍ନି ପ୍ରତିରୋପଣ କରାଯାଇଥିଲା। ଏଥିରେ ଡା. ଶିବବ୍ରତ ପଟ୍ଟନାୟକ, ଡା. ସୁବଳ ପ୍ରଧାନ, ଡା. ରମ୍ୟରଂଜନ ବେହେରା, ଡ. ବଦ୍ରିନାରାୟଣ ବିଶ୍ୱାଳ, ଡା. କ୍ରିଷ୍ଣା ପ୍ରଧାନ ଓ ଡା. ଅନେ୍ଵଷା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଛୋଟ ଶିଶୁଙ୍କର କିଡ୍ନି ପ୍ରତିରୋପଣ ଅତ୍ୟନ୍ତ ଜଟିଳ ଏବଂ କଷ୍ଟସାଧ୍ୟ ଅପରେସନ୍ ହୋଇଥିବା ବେଳେ ଆମ ଦେଶର ଅଳ୍ପ କେତେକ ହସ୍ପିଟାଳ୍ରେ ଏହା କରାଯାଉଛି। ଅପରେସନ୍ ପରେ ପିଲାଟି ସଂପୂର୍ଣ୍ଣ ସୁସ୍ଥ ଅଛି। ତେବେ ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଆର୍ଥିକ ସହାୟତା କାମନା କରାଯାଇଛି।
କଳିଙ୍ଗ ହସ୍ପିଟାଲ୍ରେ ବିରଳ ଅସ୍ତ୍ରୋପଚାର : ୭ ବର୍ଷ ଶିଶୁର କିଡ୍ନି ପ୍ରତିରୋପଣ
/sambad/media/post_attachments/wp-content/uploads/2018/01/kalinga-hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)