ପାତ୍ରପଡ଼ା ଶ୍ରୀଦୁର୍ଗା ସୋ’ରୁମରେ ଖୋଲିଲା ‘କିଡ୍‌ସ ଫ୍ୟାସନ’

ଭୁବନେଶ୍ୱର: ଶ୍ରୀଦୁର୍ଗା ଶାଢ଼ି ଏବଂ ଗାରମେଣ୍ଟ୍ ରିଟେଲ୍‌ର ସପ୍ ପକ୍ଷରୁ ସ୍ଥାନୀୟ ପାତ୍ରପଡ଼ାଠାରେ ଥିବା ସୋ’ରୁମରେ ‘କିଡ୍‌ସ ଫ୍ୟାସନ’ ଖୋଲିଛି। ଏଠାରେ ନବଜାତକଠାରୁ ଆରମ୍ଭ କରି ସବୁ ବର୍ଗର ଗ୍ରାହକମାନଙ୍କ ପାଇଁ ପୋଷାକ ଉପଲବ୍ଧ ରହିଛି। କିଡ୍‌ସ ଫ୍ୟାସନ ଖୋଲିବା ପରେ ପିଲାଙ୍କ ପୋଷାକ ଉପରେ ୧୦%ର ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଶିଶୁ କଳାକାର ଦେବାଂଶୀ ଜେନା ଷ୍ଟୋର ପରିଦର୍ଶନ କରି ମନ ପସନ୍ଦର ଡ୍ରେସ୍ ସପିଂ କରିଥିଲେ। ଶ୍ରୀଦୁର୍ଗାର ନିର୍ଦ୍ଦେଶକ କେ. ତିରୁମଲ କୁମାର କହିଛନ୍ତି ଯେ, ଆମର ଏହି ସୋ’ରୁମରେ ଶାଢ଼ି ଏବଂ ଅନ୍ୟାନ୍ୟ ପରିଧାନର ସମାବେଶ ଦେଖିବାକୁ ମିଳୁଥିଲେ ମଧ୍ୟ ଶିଶୁମାନଙ୍କ ପାଇଁ ପରିଧାନର କୌଣସି ସୁବିଧା ନ ଥିଲା। ଯାହାଦ୍ବାରା ଗ୍ରାହକମାନଙ୍କୁ ସେମାନଙ୍କର ପିଲାଙ୍କ ଡ୍ରେସ୍ କିଣିବା ପାଇଁ ନିରାଶ ହେବାକୁ ପଡ଼ୁଥିଲା। ଏବେ ଏଠାରେ ଖୋଲାଯାଇଥିବା ‘କିଡ୍‌ସ ଫ୍ୟାସନ’ ଗ୍ରାହକମାନଙ୍କୁ ଏକ ସମ୍ପୂର୍ଣ୍ଣ ପାରିବାରିକ ସପିଂର ଅନୁଭବ ଦେଇପାରିବ। ଏହି ସୋ’ରୁମ ୧୬ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ। ଯାହାକି ଖୋର୍ଦ୍ଧା, ଜଟଣୀ, ଯାଆଁଳା, ଡୁମଡୁମା, କଳିଙ୍ଗବିହାର, ଘାଟିକିଆ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଗ୍ରାହକମାନଙ୍କୁ ସୁବିଧା ଯୋଗାଇପାରୁଛି।

ସମ୍ବନ୍ଧିତ ଖବର